No Result
View All Result
୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପରିବେଶ ସୁରକ୍ଷା ଏବଂ ଶ୍ରୀ ଜଗନ୍ନାଥ ଙ୍କ ରଥ କାଠ ନିମନ୍ତେ ଦିନ ଜଗନ୍ନାଥପୂଜା କମିଟି, ମେଡିକାଲ ପଡା ବାଙ୍କୀ, ଏବଂ ସାମାଜିକ ଅନୁଷ୍ଠାନ” ଅସ୍ତିତ୍ବ “ମିଳିତ ସହଯୋଗ ରେ ନିମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିବେଶ ବିତ ତଥା ଭାରତ ସରକାର ଙ୍କ ଉକୃଷ୍ଟ ଟୁରିଷ୍ଟ ଗାଇଡ଼ ସମ୍ମାନ ପ୍ରାପ୍ତ ଲଳିତ ମୋହନ ପଣ୍ଡା ଉଦଘାଟନ କରି କହିଥିଲେ । ବର୍ତ୍ତମାନ ସମୟରେ ପରିବେଶ କୁ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ । ପ୍ରତ୍ୟେକ ନିଜ ନିଜ ବାଡ଼ିରେ ବୃକ୍ଷ ରୋପଣ କରନ୍ତୁ । ବୃକ୍ଷ ଅମର ବନ୍ଧୁ ।
ଆଜି ଆମ ପରିବେଶ ବିପଦ ରେ ଆମକୁ ଆସନ୍ତା କାଲି ର ସ୍ୱଚ୍ଛ ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ କରିବା ଆବଶ୍ୟକ। ଜଗନ୍ନାଥ ପୂଜା କମିଟି ଓ ଅସ୍ତିତ୍ବ ପକ୍ଷରୁ ଏକ ନିଆରା ଢଙ୍ଗ ରେ ୨୦ଗୋଟି ନିମ୍ବ ଚାରା ବଣ୍ଟନ କରାଯାଇଛି। ଏହି ନିମ୍ବ ଚାରା ବଣ୍ଟନ ର ମୂଳ ଲକ୍ଷ ପରିବେଶ ସୁରକ୍ଷା । ପ୍ରକୃତି ର ଅନନ୍ୟ ଦାନ ନିମ୍ବ ଗଛ ଏହା ମାନବ ସମାଜ ର ବିଭିନ୍ନ ରୋଗ କୁ ଉପଶମ କରେ। ଏହି ବୃକ୍ଷ ର ମୃତ୍ୟୁ ପରେ ତାକୁ ଶ୍ରୀ ଜଗନ୍ନାଥ ପ୍ରଶାସନ ଙ୍କୁ ଦାନ କରାଯିବ ଯାହା ନନ୍ଦିଘୋଷ ରଥ କାଠ ରେ ବ୍ୟବହାର କରାଯିବ ।
ଏହି କାର୍ଯ୍ୟକ୍ରମ ରେ ଅସ୍ତିତ୍ବ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର ଯୋଗ ଦେଇ ନିମ୍ବ ଗଛ ର ଉପଯୋଗିତା ସମ୍ପର୍କ ରେ କହିବା ସହ ଏହି ବୃକ୍ଷ ବଣ୍ଟନ ସମାଜରେ ଜଗନ୍ନାଥ ଭାବନା ଜାଗରଣ ସୃଷ୍ଟି କରିବା ସହ ଏକ ଆଧ୍ୟାତ୍ମିକତା ଜାଗରଣତ ବଜାଇ ରଖିବା ସହ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଭାବ ଜାଗ୍ରତ କରିବା ପାଇଁ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପଣ୍ଡା, ଚିନ୍ମୟନନ୍ଦ ଦାଶ, ଅମିତ କୁମାର ସାହୁ, ଉଲ୍ଲାସ ବେହେରା ସହଯୋଗ କରିଥିଲେ ।
No Result
View All Result