No Result
View All Result
୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଆସୁଛି ବାତ୍ୟା ଦାନା । ସେଥିପାଇଁ ରାଜ୍ୟ ସାରା ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ବାତ୍ୟାରେ ଖୋର୍ଦ୍ଧା ସହ ନୟାଗଡ଼ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକେ ଯେଭଳି କୌଣସି ଅସୁବିଧାରେ ନ ପଡିବେ ତାହାକୁ ଆଖି ଆଗରେ ରଖି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପ୍ରସ୍ତୁତ ହୋଇ ରହିଛି ।
ଏହି ସମୟରେ ଲୋକଙ୍କ ସହ ଭାଗିଦାରି ହେବା ପାଇଁ ତୃଣ ମୂଳ ସ୍ତରରେ କିଭଳି ଚାଲିଛି ପ୍ରସ୍ତୁତି ତାହାକୁ ତଡାରଖ କରିବା ପାଇଁ ଚମ୍ପାଗଡ଼ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଁଚି ଲୋକଙ୍କ ଭଲ ମନ୍ଦ ବୁଝିବା ସହ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଏହା ପରେ ଚାନ୍ଦପୁରରେ ଆସି ପହଁଚିଛନ୍ତି ରାଜ୍ୟ ବିଧାନ ସଭାର ବାଚସ୍ପତ୍ତି ସୁରମା ପାଢ଼ୀ । ଚାନ୍ଦପୁର ରେ ପହଁଚି ଚାନ୍ଦପୁର ମଙ୍ଗଳା ସାହିର ବାସିନ୍ଦା ମାନେ ଘର ଛାଡି ବାତ୍ୟା ଆଶ୍ରୟ ସ୍ଥଳୀଙ୍କୁ ଯିବା ପାଇଁ ଅରାଜି ହେଉଥିବାରୁ ସେମାନଙ୍କୁ ବୁଝା ସୁଝା କରି ବାତ୍ୟା ଆଶ୍ରୟ ସ୍ଥଳୀଙ୍କୁ ପଠାଇବା ପାଇଁ ବନ୍ଦୋବସ୍ତ କରିଛନ୍ତି ।
ଏହା ପରେ ବନ୍ଧପଲା ବାତ୍ୟା ଆଶ୍ରୟ ସ୍ଥଳୀଙ୍କୁ ସେଠାକାର ସ୍ଥିତି ପରଖିବା ସହ ଲୋକଙ୍କୁ ଉତ୍ତମ ମନର ଖାଦ୍ୟ ପେୟ ଦେବା ପାଇଁ ବ୍ଲକ ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତ୍ତି ସୁରମା ପାଢୀ ୨୪ତାରିଖ ରାତିରେ ବର୍ଷା ପଵନ ଅଧିକ ହେବାର ଆଶଙ୍କା ଥିବାରୁ କଚା ଘର ଥିବା ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବା ପାଇଁ ତୁରନ୍ତ ଚାଲି ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ବାଚସ୍ପତ୍ତି ସ୍ୱରମା ପାଢ଼ୀ,
ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ସୁବର୍ଣ ସିଂ,ସମାଜ ସେଵୀ ବିପିନ ବିହାରୀ ନାୟକ,ପ୍ରଦୀପ କୁମାର ସେନାପତି ପ୍ରମୋଦ କୁମାର ସାହୁ. ଗୋପାଳ ନାୟକ,ଅମୁଲ୍ୟ ସାହୁ, ଦୁର୍ଯ୍ୟୋଧନ ପଲେଇ..ଓ ସରପଞ୍ଚ ପ୍ରଗତି ମହାପାତ୍ର ଙ୍କ ସହ ବ୍ଲକର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 
No Result
View All Result