ନୟାଗଡ (ଓଡିଶା ତାଜା ନିଉଜ୍) ରଣପୁର : – ରଣପୁର ଏନେସି ରେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ମିନି ଷ୍ଟାଡିୟମ ଠାରେ ପ୍ରତି ବର୍ଷ ଭଳି ଆଗାମି ଅର୍ଜୁନ ୨୦୨୦ ଜାନୁୟାରୀ ୫ ରୁ ୯ ତା ପର୍ଯ୍ୟନ୍ତ ପଞ୍ଚଦଶତମ ଅର୍ଜୁନ ମହୋତ୍ସବ ପାଳିତ ହେବା ପାଇଁ ଆଜି ୨୫/୧୨/୨୦୧୯ ରିଖ୍ ବୁଧବାର ମହୋତ୍ସବ ପଡିଆ ରେ ସମସ୍ତ ମହୋତ୍ସବ କମିଟି ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ମହୋତ୍ସବ ପରିଚାଳନା ସମିତି ର ସଭାପତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ (ବାଦଲ ଭାଇ) ମହୋତ୍ସବ ର ଆବଶ୍ୟକୀୟ ପୁଜା ବିଧି ମାଧ୍ୟମ ରେ ଆରମ୍ଭ ସ୍ତମ୍ଭ ପୋତିଥିଲେ ।
ସ୍ତମ୍ଵ ପୋତିଲା ବେଳେ ‘ହରିବୋଲ’ ରେ କମ୍ପୁଥାଏ ମହୋତ୍ସବ ପଡିଆ । ଉକ୍ତ କାର୍ଯ୍ୟକ୍ରମ ସମୟରେ ପରିଚାଳନା ସମିତି ର ସମ୍ପାଦକ ଆଇନଜିବି ସୁରେଶ ଚନ୍ଦ୍ର ମିଶ୍ର ଆବାହକ ପୂର୍ଣ୍ଣ ଚନ୍ଦ୍ର ରାୟ,ପୂର୍ବତନ ଶିକ୍ଷକ ବିରଂଚି ତ୍ରିପାଠୀ ,ସତ୍ୟ ମହାପାତ୍ର , ଓ ସଂଯୋଜକ ପୂର୍ବତନ ବ୍ଲକ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଙ୍କ ସହିତ ଏନ.ଏ.ସି. ଅଧକ୍ଷା ସବିତା ଦାସ ଉପସ୍ଥିତ ଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି