ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ନୟାଗଡ :- ନୟାଗଡ ରାଜ୍ୟରେ ପ୍ରକାଶ ପାଇଛି +୨ ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ମଧ୍ୟ ବିଜ୍ଞାନ ଭଳି ସମଗ୍ର ରାଜ୍ୟରେ ନୟାଗଡ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ୮୮•୨୩ %ହାରରେ ସଫଳତା ରେ ରାଜ୍ୟରେ ପ୍ରଥମ ହୋଇଛନ୍ତି । ଏପରିକି ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସିତୁ ବେହେରା ୫୬୭ ନମ୍ବର ରଖି ଜିଲ୍ଲାରେ ପ୍ରଥମ ହେବା ସହ ସମଗ୍ର ରାଜ୍ୟରେ ଟପ୍ପର ହୋଇଥିବାବେଳେ ଏହି ମହାବିଦ୍ୟାଳୟର ଅନ୍ୟତମ ଛାତ୍ରୀ ମନସ୍ବୀତା ମହାନ୍ତି ୫୬୨ ନମ୍ବର ରଖି ଜିଲ୍ଲାରେ ଦ୍ଵିତୀୟ ହେବା ସହ ସମଗ୍ର ରାଜ୍ୟରେ ଦ୍ଵିତୀୟ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତିଏପରିକି ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସମଗ୍ର ରାଜ୍ୟରେ ପ୍ରଥମ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।
ଏହି ସଫଳତା ନିମନ୍ତେ ରାଜ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ କୃତି ଛାତ୍ର ଛାତ୍ରୀ ସମେତଙ୍କ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଶିକ୍ଷ୍ୟାବିତ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପିଲାମାନଙ୍କ ଏହି ସଫଳତାରେ ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । (ରିପୋର୍ଟ- ରାମକୃଷ୍ଣ ରଥ)