No Result
View All Result
୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ବାତ୍ୟା ଦାନାର ଜିରୋ କାଜୁଆଲଟିକୁ ଆଖି ଆଗରେ ରଖି ରାଜ୍ୟ ସରକାର ତତ୍ପର ହୋଇଛି । କଚ୍ଚା ଚାଳ ଛପର ଘରେ ଏବଂ ବସ୍ଥିରେ ରହୁଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ, କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଲୋକମାନଙ୍କୁ ଆଣି ବିଭିନ୍ନ ସ୍କୁଲରେ ରଖିଛନ୍ତି ।
ସିଏମସି ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ବସ୍ତିରେ ରହୁଥିବା ଲୋକ ,ଇଟାଭାଟି, ଚାଳଛପର ଘରେ ରହୁଥିବା ଲୋକ ମାନଙ୍କୁ କଟକ ସଦର ଥାନାର ପୋଲିସ କର୍ମଚାରୀମାନେ ଗାଡ଼ିରେ ଆଣି ଭାଣପୁର ସ୍କୁଲ , ପ୍ରତାପନଗରୀ ମା ଧାକୁଲେଇ ବିଦ୍ୟାପୀଠ ଏବଂ ନୂଆଗଡ଼ ଅନନ୍ତ ବଳିଆ କଲେଜରେ ଲୋକଙ୍କୁ ଆଣି ଥଇଥାନ କରିଥିଲେ ।
୫୮ ନମ୍ବର ଓ।ର୍ଡ଼ର ଭାଣପୁର, ପ୍ରତାପନଗରୀ,ନୂଆଗଡ଼ ସ୍କୁଲରେ ୪ ଶହ ଲୋକ ଆଶ୍ରୟ ନେଇଛନ୍ତି । ଆଶ୍ରୟ ନେଇଥିବା ଲୋକମାନଙ୍କୁ ସିଏମସି ଏବଂ କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ପକ୍ଷରୁ ଚୁଡା , ଗୁଡ଼ , ବିସ୍କୁଟ , ରନ୍ଧା ଖାଦ୍ୟ ପାଣି ବୋତଲ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟରେ ଗୁରୁବାର ସକାଳୁ ରାତି ପର୍ଯ୍ୟନ୍ତ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,, ସି ଓ ସୁନିତା ସାହୁ, ୱ।ର୍ଡ଼ ଅଫିସର ଚତ୍ତ ରଞ୍ଜନ ପରିଡ଼ା , କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ,
ସ୍ୱଛ ସାଥୀ ସୁଚିତ୍ରା ପତି, ଝରଣା ରାଉତ, ଲୋପିତା ନାୟକ, ଅଙ୍ଗନବାଡି କର୍ମଚାରୀ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ,ସ୍ଥାନୀୟ ଗ୍ରାମର ଉତ୍ସାହୀ ଯୁବକମାନେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା ।
No Result
View All Result