No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତହସିଲର ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ସେଠୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଶିଶୁଆ ଗ୍ରାମସ୍ଥ ବାସଭବନରେ ଚିକିତ୍ସାଧିନ ଥିଲେ । ତାଙ୍କର ପତ୍ନୀ ବହୁ ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି । ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶବସତ୍କାର କରାଯାଇଥିଲା ।
ଜ୍ୟେଷ୍ଠପୁତ୍ର ରଞ୍ଜିତ ରଞ୍ଜନ ସେଠୀ ମୁଖାଗ୍ନି ପ୍ରଦାନ କରିଥିଲେ । ସ୍ୱର୍ଗତ ସେଠୀ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସକ୍ରିୟ ସଭ୍ୟ ଭାବରେ କାର୍ଯ୍ୟକରୁଥିଲେ । ତାଙ୍କର ମୃତ୍ୟୁରେ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭାପତି ବିରଞ୍ôଚ ନାରାୟଣ ଦାସ ଓ ସଭ୍ୟମାନେ ଶୋକ ପ୍ରକାଶ କରି ତାଙ୍କର ଅମରଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ ।
No Result
View All Result