No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମସ୍ଥ ରଙ୍ଗଣି ସାହି ଆର୍ଯ୍ୟ ସମାଜ ମଣ୍ଡପ ଠାରେ ବିଶିଷ୍ଟ ବେଦ ବିଶାରଦ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ୬୯ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆର୍ଯ୍ୟ ମଣ୍ଡପ ଠାରେ ଯଜ୍ଞ, ଭଜନ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରରେ ବାଙ୍କୀ ଶାଖାର ସଭାପତି ଚନ୍ଦ୍ରମଣି ମହାପାତ୍ର ସଭାପତିତ୍ୱ କରି ଆର୍ଯ୍ୟ ସମାଜର ଆଦର୍ଶ ନୀତି ଓ ସେଥିରେ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସନାତନ ଧର୍ମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଆର୍ଯ୍ୟ ସମାଜ ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷରୋପଣ ଓ ପରିବେଶ ଉପରେ ଗୁରୁତ୍ୱ ଦେଉଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରା ଓ ତୁଳସୀପୁର ପ୍ରକୃତିବନ୍ଧୁ ସଂଗଠନର ଆବାହକ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ଯୋଗଦାନ କରି ପର୍ଯ୍ୟାବରଣ ଉପରେ ଆଲୋକପାତ କରିବା ସହିତ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଆଦର୍ଶ ଚରିତ୍ର ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଧନଞ୍ଜୟ ମହାପାତ୍ର, ସଂଗ୍ରାମ ବେହେରା, ରବିନ୍ଦ୍ରନାଥ ରାଉତ, ମିନକେତନ ପୃଷ୍ଟି, ସନାତନ ସାହୁ, ଗଙ୍ଗାଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result