No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ/ପୁରୀ :-> ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ପୂର୍ବ ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ,ଭାରତୀୟ ଜନତା ଦଳ ର ଜିଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରେଇ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ,ସମ୍ପାଦକ ଡ଼ଃ ଷ୍ଟାଲିନ ପରିଜା, ପୂର୍ବ ତନ ବ୍ଲକ ଶିକ୍ଷା ଧିକାରୀ ବିଜୟଲକ୍ଷ୍ମୀ ଦାଶ,
ସମାଜ ସେବୀ ତଥା ସଚେତନ ନାଗରିକ ମଞ୍ଚ ର ଉପଦେଷ୍ଟା ଚକ୍ରଧର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାଜ କୁମାର ମହାନ୍ତି ଅନ୍ୟ ତମ ସମ୍ନାନିତ ଅତିଥି ଭାବରେ ଯୋଗ ଦେଇଥିଲେ ,ଶିକ୍ଷାବିତ ଓ ଉପଦେଷ୍ଟା ଶିବ ସୁନ୍ଦର ମିଶ୍ର, ସଭା ପରିଚାଳନା କରିଥିବା ବେଳେ ସଭାପତି ଆଇନିଜୀବୀ ପ୍ରସନ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଏଠାରେ ପ୍ରକାଶ ଥାଉ କି ମହାପ୍ରଭୁ ଶ୍ରୀ ଜଗନାଥଙ୍କ କ୍ଷେତ୍ର ପୁରୀ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ଏକ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ନିଜର ସ୍ଥାନ ଜାହିର କରିପାରିଛି।ଭୌଗଳିକ ଦୃଷ୍ଟି କୋଣରୁ ଏହାର ଗୁରୁତ୍ଵ ଥିବାରୁ ବ୍ରିଟିଶ୍ ଶାସନ କାଳରୁ ପୁରୀ ,ନୟାଗଡ଼ ଓ ଖୋର୍ଦ୍ଧା କୁ ନେଇ ପୁରୀ ଜିଲ୍ଲା ଗଠନ କରାଯାଇଥିଲା (ଅବିଭକ୍ତ ପୁରୀ ଜିଲ୍ଲା) । ଏପରିକି ୧୮୦୪ ରେ ବ୍ରିଟିଶ ସରକାର ପ୍ରଥମେ କଟକ,ବାଲେଶ୍ଵର ଓ ଜଗନ୍ନାଥ ନାମରେ ତିନୋଟି ଜିଲ୍ଲା ଗଠନ କରିଥିଲେ । ପରେ୧୮୨୮ ଅକ୍ଟୋବର ମାସ ୨୩ ତାରିଖ କୁ ବିଧିିବଧ ଭାବରେ ଏହି ଜିଲ୍ଲାର ନାମ ପୁରୀ ରଖାଗଲା ।
ଭୌଗଳିକ ବିଭକ୍କ୍ତି,ପ୍ରାକୃତିକ ଦୁର୍ବିପାକ ରାଜ ନୈତିକ ଭେଦ ଭାବ ସତ୍ବେ ପୁରୀ ନିଜର ପ୍ରାଚୀନତା, ମୌଳିକ ସତ୍ତା,ସଂସ୍କୃତି ଓ ପରମ୍ପରା କୁ ବଜାଏ ରଖିଛି । ଯେଉଁ ଥିରେ ପୁରୀ ର ନିଆରାପଣ ବାରି ହୋଇ ପଡ଼େ।ହୁଏତ ସେଥି ପାଇଁ କେବଳ ଭାରତ ନୁହେଁ ରାଷ୍ଟ୍ରୀୟ ମାନ ଚିତ୍ରରେ ମଧ୍ୟ ପୁରୀ ଗୋଟିଏ ଚିଂହିତ୍ ସ୍ଥାନ ବୋଲି ବିବେଚନା କରାଯାଏ । ସେଥି ପାଇଁ ବିଗତ ସରକାର ପୁରୀ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ବର୍ତ୍ତମାନ ସରକାର ମଧ୍ୟ ପୁରୀ ର ଉନ୍ନତି ପାଇଁ ପ୍ରୟାସ ରତ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଏହି ପ୍ରାଚୀନ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିବାରେ ଜିଲ୍ଲା ସ୍ତରରେ ସରକାରୀ ଭାବରେ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇ ନାହିଁ ।
ଏହାକୁ ଉପଲବ୍ଧି କରି ବିଗତ ବର୍ଷ ପୁରୀ ସହର ର ବିଭିନ୍ନ ବୁଦ୍ଧି ଯିବି,ବେସରକାରୀ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ସାଂସ୍କୃତିକ ଅନୁଷ୍ଠାନ, ଜାଗା ଆଖେଡ଼ା ମିଲିତି ସହଯୋଗ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଗତ ବର୍ଷ ଠାରୁ ପୁରୀ ଜିଲା ପ୍ରତିଷ୍ଠା ଦିବସ ପାଳନ କରାଯାଉ ଅଛି ଭାରତ ବର୍ଷର ପ୍ରତ୍ୟେକ ଟି ଜିଲ୍ଲା ନିଜର ପ୍ରତିଷ୍ଠା ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଇଥାଏ । କିନ୍ତୁ ପୁରୀ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଏ । ତେଣୁ ଏହା ଏକ ସ୍ପର୍ଶ କାତର ପ୍ରସଙ୍ଗ ହେବା ସହିତ ପୁରୀ ଜିଲ୍ଲାବାସୀଙ୍କ ଭାବାବେଗ ଏଥିରେ ଜଡ଼ିତ ଥିବାରୁ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପ୍ରଶାସନିକ ସ୍ତରରେ ପାଳନ କରାଯିବା ଉଚିତ ବୋଲି ଏହି ଉତ୍ସବରେ ଯୋଗ ଦେଇ ବେଲ ସାମାଜିକ ଅନୁଷ୍ଠାନ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,
ରାଜଧାନୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅଭିମନ୍ୟୁ ଭୂୟାଁ,ପୁରୀ ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ବିଶ୍ୱଜିତ ପ୍ରଧାନ,ଜଗନ୍ନାଥ ଭକ୍ତ ପରିଷଦ ର ଆବାହକ ସୂର୍ଯ୍ୟ ନାରାୟଣ ରଥ ,ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସଂଜୀବ ମହାନ୍ତି ପ୍ରଭୃତି ନିଜର ବକ୍ତବ୍ୟ ରଖିଥିବା ସହିତ ଦାବୀ ଉପସ୍ଥାପନ କରିଥିଲେ । ଗତ ବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିବାରୁ ସଚେତନ ନାଗରିକ ମଞ୍ଚ କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଶେଷରେ ସଚେତନ ନାଗରିକ ମଞ୍ଚ ର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ର ଗୋପ ଶାଖା ସଭାପତି ସଚ୍ଚିଦାନନ୍ଦ ଗୋଛୟତ, ଉପସଭାପତି ଲଲ । ଟେନ୍ଦୁ ମିଶ୍ର, ସହ ସଂପାଦକ ଅଶୋକ ଆଢ଼ିଓ,ସୁବୋଧ ସୁବୁଦ୍ଧି ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ।
No Result
View All Result