No Result
View All Result
ସୌନ୍ଦର୍ଯ୍ୟ ଆଳରେ ବାଲି ଖୋଳି ନେଲେ,ଏବେ ପୋତା ଚାଲିଛି ।
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସମୁଦ୍ର ଢେଉରୁ ବେଳାମାର୍ଗ ରାସ୍ତାକୁ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରାକୃତିକ ବାଲି ବନ୍ତ ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ହେଲେ କିଛି ଦିନ ପୂର୍ବରୁ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟ କରଣ ପାଇଁ ସମୁଦ୍ର କୂଳର ନିର୍ଦ୍ଧିଷ୍ଟ ଏକ ଜାଗାରୁ ବାଲି ଗୁଡ଼ିକ ଟ୍ରକ୍ ଓ ଟ୍ରାକ୍ଟର ଲଗାଇ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଗଲା । ଶହ ଶହ ଟ୍ରିପ ବାଲି ଯିବା ପରେ କାମ କିନ୍ତୁ ହୋଇପାରିଲା ନାହିଁ । ହେଲେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାଲି ଚାଲାଣ କରାଯାଇଥିବା ଜାଗାକୁ ପୁନଶ୍ଚ ବାଲି ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି ।
କୌଣସି ଦୁରଦୃଷ୍ଟି ନରଖି ସୋନ୍ଦର୍ଯ୍ୟ କରଣ ଆଳରେ ବେଳାମାର୍ଗକୁ ସୁରକ୍ଷା ପ୍ରଦାନ କରୁଥିବା ବାଲିବନ୍ତକୁ କାହା ନିର୍ଦ୍ଦେଶରେ ଖୋଳା ଯାଇ ବାଲି ସ୍ଥାନାନ୍ତରିତ କରାଗଲା ଏବେ ପୁନଶ୍ଚ ଏହି ଖାଲକୁ ବାଲି ଭର୍ତ୍ତି କରାଯାଉଛି ତାହା ତଦନ୍ତ ସାପେକ୍ଷ ଅଟେ । ଖୋଳିଲେ ଲାଭ ପୋତିଲେ ଲାଭ ନ୍ୟାୟରେ ସରକାରୀ ତହବିଲରୁ ଅର୍ଥ କାହା ସ୍ୱାର୍ଥରେ ଖର୍ଚ୍ଚ କରାଯାଇ ଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକୃତରେ ଏହି ବାଲି ସୌନ୍ଦର୍ଯ୍ୟ କରଣ କାମ ପାଇଁ ଖାଲି କରାଯାଇଥିଲା ନା ଅନ୍ୟ କିଛି କାରଣ ପାଇଁ ବାଲି ଚାଲାଣ ହୋଇଥିଲା ତାହା ସାର୍ବଜନୀନ କରିବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି ।
No Result
View All Result