No Result
View All Result
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବାତ୍ୟା ଦାନା କୁ ଆଖି ଆଗରେ ରଖି ଲୋକମାନେ ଅତ୍ୟାବଶକୀୟ ସମଗ୍ର ଆବଶ୍ୟକ ଠାରୁ ଅଧିକ କ୍ରୟକରୁଥିବାରୁ ଗୋପରେ ଅସାଧୁ ବ୍ୟବସାୟୀମାନେ ଗତ ଦୁଇଦିନ ଦିନ ହେଵ କଳାବଜାରୀ ଆରମ୍ଭ କରିଦେଇଛନ୍ତି l ଏବେ ତ ଗୋପ ବଜାର ରେ ପନିପରିବା ଦର ସବୁ ଆକାଶ ଛୁଆଁ ହୋଇଗଲାଣି l ମୋଟାମୋଟି କହିବାକୁ ଗଲେ ନିୟନ୍ତ୍ରଣ ବାହାରେ କହିଲେ ଚଳେ l ଏହାଦ୍ଵାରା ଗାଁ ଗହଳିର ଗରିବ ଶ୍ରେଣୀୟ ବ୍ୟକ୍ତି ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବାତ୍ୟା ଦାନା ପାଇଁ ଆଜି ଗୋପ ବ୍ଲକ ରେ ଏକ ସମୀକ୍ଷା ବୈଠକ ର ଆୟୋଜନ ହୋଇଥିଲା। ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ l
ଉକ୍ତ ବୈଠକ ରେ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ଉପସ୍ଥିତ ରହିବା ସହିତ କୋଣାର୍କ ବିଜ୍ଞାପିତ ଅଞ୍ଚଳ ଯନ୍ତ୍ରୀ, ନିମାପଡା ଏସ ଡି ପି ଓ ପ୍ରଭାତ ମଲ୍ଲିକ, ବିଡ଼ିଓ ଛବିରାଣୀ ସାହୁ ଅତିରିକ୍ତ ବିଡ଼ିଓ ଦିପକ କୁମାର ଜେନା ଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି ଉପସ୍ଥିତ ରହିଥିଲେ l ଆମ ପ୍ରତିନିଧି ଏ ସମ୍ପର୍କ ରେ ଅତିରିକ୍ତ ବିଡ଼ିଓ ଶ୍ରୀ ଜେନା ଙ୍କ ସହିତ ସମସ୍ତ ବିଷୟ ଉପରେ ଅବଗତ ହୋଇଥିଲେ l ବାତ୍ୟା ର ପ୍ରଭାବ ଗୋପ ରେ ପଡ଼ୁ କି ନ ପଡ଼ୁ ତା ପୂର୍ବରୁ ସମସ୍ତ ବନ୍ଦୋବସ୍ତ ଗୋପ ପ୍ରଶାସନ ପକ୍ଷରୁ କରାଯାଇଛି ବୋଲି ଶ୍ରୀ ଜେନା କହିଥିଲେ l
ଗୋପ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ଯେପରି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନ ହୁଏ ସେଥିପାଇଁ ସଦାସର୍ବଦା ଜାଗ୍ରତ ରହିବେ ଆଉ ହେର୍ଡ କ୍ଵାଟର ଛାଡି କେହିଁ ବି ଯାଇପାରିବେ ନାହିଁ l ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ପାନୀୟ ଜଳର ବ୍ୟବସ୍ତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେପରି କୌଣସି ବ୍ୟତିକ୍ରମ ଦେଖା ନ ଯାଏ ସେଥିପାଇଁ ବିଭାଗୀୟ ଅଧିକାରୀ ଓ ଅଧିକାରି ଣୀମାନଙ୍କୁ ସ୍ପଷ୍ଟ କରିଥିଲେ ଶ୍ରୀମତୀ ପରିଡା । ମୋଟା ମୋଟି ଭାବେ ସମସ୍ତ ବିଭାଗକୁ ସମନ୍ୱୟ ରଖି ସମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ କାମ କରିବା କୁ କହିଥିଲେ।ଅପର ପକ୍ଷରେ ବାତ୍ୟା ଦାନା କୁ ଆଖିଆଗରେ ରଖି ଗୋପ ରେ ଅସାଧୁ ବ୍ୟବସାୟୀ ମାନେ ଅତ୍ୟାବଶୀକୟ ସାମଗ୍ରୀ କୁ ଚଢ଼ା ଦାମରେ ବିକ୍ରୟ କରୁଥିବାବେଳେ ସମୀକ୍ଷା ବୈଠକ ର ପ୍ରଭାବ କେତେଦୂର ପଡିବ ତାହା ସମୟ କହିବ l
No Result
View All Result