No Result
View All Result
୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଓଡିଶା ଆଶାକର୍ମୀ ଆସୋସିଏସନ ତରଫରୁ ଆଶାକର୍ମୀଙ୍କ ବିଭିନ୍ନ ଦାବୀ ପୂରଣ କରିବାକୁ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଓ ଗଣଧାରଣା ସଂଗଠିତ ହୋଇ ଥିଲା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦାବୀ ଗୁଡିକୁ କାର୍ଯ୍ୟ କରିବାର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଯାଇଛି । ଦିନ ୧୨ ଘଟିକା ସମୟରେ ଆଶାକର୍ମୀଙ୍କ ର ଏକ ଶୋଭାଯାତ୍ରା ମଧ୍ୟଖଣ୍ଡ ଛକରୁ ବାହାରି ବିଭିନ୍ନ ଦାବୀ ଗୁଡିକ ଉପରେ ନାରା ବାଜି କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ସଂଗଠିତ ହୋଇଥିଲା ।
ସସ୍ମିତା ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଗଣଧାରଣା ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିବା ସହ ଦୀର୍ଘ ୧୯ ବର୍ଷ ହେଲା ସେବା ଦେଇ ଆସୁଥିବା ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା ଓ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ଦରମା, ମାସିକ ୧୦,୦୦୦ଟଙ୍କା ପେନସନ, ମୃତ୍ୟୁ କାଳୀନ ଓ ଅବସର କାଳୀନ ୧୦ ଲକ୍ଷ ଟଙ୍କା ସାହାୟତା ଓ ସାମାଜିକ ସୁରକ୍ଷା ରାଜ୍ୟ ର ଡବଲ ଇଞ୍ଜିନି ମୋହନ ମାଝୀ ସରକାର ଯୋଗାଈ ଦେବାକୁ ଦାବୀ କରିଥିଲେ ।
ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିଥିଲା ବେଳେ ମାସିକ ପାଉଣା, ବିଭିନ୍ନ ତାଲିମିର ବକେୟା ସାହାୟତା ଭଳି ସ୍ଥାନୀୟ ସମସ୍ୟା ଗୁଡିକ ର ସମାଧାନ ପାଇଁ ଆଲୋଚନା କରିଥିଲେ। ପରି ଶେଷରେ ସ୍ୱାସ୍ଥ୍ୟ ଅଧିକାରୀ ସ୍ଥାନୀୟ ସମସ୍ୟା ଗୁଡିକର ସମାଧାନ ଜରୁରୀ କରାଯିବ ବୋଲି ଧାରଣାକାରୀ ଙ୍କୁ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।
No Result
View All Result