No Result
View All Result
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ ,ନୂଆଗାଁ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ସି ଡି ପି ଓ ଶୁଭ୍ରକେଶୀ ମଲ୍ଲିକ ଙ୍କ ତତ୍ବାବଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ,
ଅଙ୍ଗନାୱାଡି ସୁପର ଭାଇଜର ସଞ୍ଜୁଲତା କଅଁର ପ୍ରମୁଖ ଯୋଗଦେଇ ଆଜିର ସମାଜରେ ଚାଲିଥିବା ବାଲ୍ୟବିବାହ କୁ କିପରି ରୋକାଯାଇ ପାରିବ,ବେଟି ବଚାଓ ବେଟି ପଢ଼ାଓ,କନ୍ୟାଭୃଣ ହତ୍ୟା, ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବାଳିକା ମାନେ କିପରି ଆଗ୍ରହ ପ୍ରକାଶ କରିବେ ,ବାଳିକା ମାନେ କିପରି ଅଧିକ ଶିକ୍ଷିତ ହେଲେ ଦେଶ ଅଗ୍ରଗତି କରିବ ସେ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀ ସମେତ ନୂଆଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଉପସ୍ଥିତ ଥିଲେ ।
No Result
View All Result