ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଭାରତୀୟ ବିକାଶ ପରିଷଦର ଭାଇସ ପ୍ରେସିଡେଣ୍ଟ କିଶୋର ଚନ୍ଦ୍ର ପାତ୍ର ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଆଜି ପର୍ୟ୍ୟନ୍ତ ଓଡିଶା ସରକାରଙ୍କ ଦ୍ଵାରା ପରୀକ୍ଷା କରିଥିବା କୌଣସି ବ୍ୟକ୍ତି ଙ୍କୁ ସ୍ବାବ୍ ଟେଷ୍ଟ ର ନେଗେଟିଭ କିମ୍ବା ପଜିଟିଭ ରିପୋର୍ଟ୍ ପ୍ରଦାନ କରାଯାଇନାହିଁ । ନିୟମାନୁଯାୟୀ ସ୍ବାବ୍ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବା ବିଧି କିନ୍ତୁ ଓଡିଶାରେ କରୋନା ରେ ପଜିଟିଭ ଥିବା ବ୍ୟକ୍ତିଙ୍କୁ ରିପୋର୍ଟର ନକଲ ଦେଉନାହାନ୍ତି ଯାହାକି ଏକ ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଓ Natural Law OF justice ର ଉଲଗ୍ନ ହେଉଛି । ପ୍ରକାଶ ଥାଉକି ସ୍ବାବ୍ ଟେଷ୍ଟ ର 7 ଦିନରୁ 12 ଦିନ ମଧ୍ୟରେ ପଜିଟିଭ ଥିବା ବ୍ୟକ୍ତିଙ୍କୁ ଫୋନ ଦ୍ଵାରା ଜାଣଇ ଦିଆଯାଉଛି ଯେ ଆପଣ ଙ୍କର ପଜିଟିଭ ରିପୋର୍ଟ୍ ଆସିଛି ପ୍ରସ୍ତୁତ ରୁହନ୍ତୁ ସରକାରୀ ଆମ୍ବୁଲାନ୍ସ ଆପଣ ଙ୍କୁ covid hospital କୁ ନିଆଯିବ ।
ପ୍ରକୃତରେ ଆଣ୍ଟିଜେନ୍ ପରୀକ୍ଷାର କେବଳ 15 ମିନିଟ୍ ମଧ୍ୟରେ ଏବଂ RT-PCR ପରୀକ୍ଷାର 2 ରୁ 3 ଘଣ୍ଟା ମଧ୍ୟରେ ରିପୋର୍ଟ୍ ପ୍ରସ୍ତୁତି ହେଇଯାଉଛି ଜାଣି ଶୁଣି ରାଜ୍ୟ ସରକାର ପଜିଟିଭ କିମ୍ବା ନେଗଟିଭ୍ ରିପୋର୍ଟ୍ ପ୍ରଦାନ କରୁନାହାନ୍ତି ଯାହାଫଳରେ ଅଜଣାତରେ ସମ୍ପୃକ୍ତ୍ ପଜିଟିଭ ବ୍ୟକ୍ତି 7 ରୁ 12 ଦିନ ମଧ୍ୟରେ ଶହ ଶହ ଜଣଙ୍କ ସହିତ ମିଶି କରୋନା ଭାଇରସ୍ ସଂକ୍ରମଣ କରୁଛନ୍ତି । ଯେତେବେଳେ ସ୍ବାବ୍ ସଂଗ୍ରହ କରିବା ପୂର୍ବରୁ ବ୍ୟକ୍ତିର ଆଧାର ଓ ଫୋନ ନମ୍ବର ନିଆଯାଉଛି ଫୋନ ଦ୍ଵାରା ଜାଣଇ ପାରିନଥାନ୍ତେ ଏଥିରୁ ସ୍ଵଷ୍ଟ ଭାବେ ଯଣାଯାଏ ସରକାରଙ୍କ ସୁଚିନ୍ତିତ କଳ୍ପନା ଓ କୂଟନୀତି କରୋନା ସରକାରୀ ପାଣ୍ଠି ହଡପ କରିବା ଷୋଡ଼ଯନ୍ତ୍ର ଅଟେ । ଏଥି ପାଇଁ ରାଜ୍ୟ ପ୍ରଶମନ ପରିଚାଳନା ଅଥରିଟି ର ଚେୟାରମ୍ଯାନ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ସମସ୍ତ ଜିଲ୍ଲାପାଳ ମାନେ ଜାଣି ଶୁଣି ଓଡ଼ିଶାରେ କରୋନା ରୋଗକୁ ବହୁଳ ଭାବରେ ସଂକ୍ରମଣ କରାଉଛନ୍ତି କେବଳ ସରକାରୀ ତହବିଲରୁ ଅର୍ଥ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ bartaman ସୁଦ୍ଧା ଓଡିଶାରେ 360 ରୁ ଅଧିକା କରୋନା ରୋଗୀ ଙ୍କୁ ଜାଣି ଶୁଣି ମାରି ମାରି ଦିଆଯାଇଛି ।
ଏଣୁ ଉପରୋକ୍ତ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସମ୍ବିଧାନ, DM ACT 2005, EPIDEMIC ACT ଇତ୍ଯାଦି ଅବମାନନା କରିଛନ୍ତି ତେଣୁ ଉପରୋକ୍ତ ସମସ୍ତ ଅଥରିଟି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ ଏହି ମାମଲରେ ଉପର ବର୍ଣିତ ଅଥରିଟି ମାନଙ୍କୁ ପକ୍ଷ ଭୁକ୍ତ କରାଯାଇଛି ଏବ୍ଂ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କୁ ଅନୁରୋଧ କରାଯାଇଛି ଯେ ତୁରନ୍ତ ସ୍ବାବ୍ ଗ୍ରହଣ କରିବା ର 24 ଘଣ୍ଟା ମଧ୍ୟରେ ନେଗେଟିଭ ଓ ପଜିଟିଭ ରିପୋର୍ଟ୍ ପ୍ରଦାନ କରାଯାଉ । ଉକ୍ତ ମକଦ୍ଦମା କୁ ଗୋପାଳ ପ୍ରସାଦ ଜେନା ଆଇନଜିବି ମାମାଲା ପରିଚାଳନା କରୁଛନ୍ତି ।