No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ତତ୍ତ୍ୱାବଧାନରେ ବାଙ୍କୀ ପୋଲିସ୍ , ଆଠଗଡ଼, ନରସିଂହପୁର, ଅବକାରୀ କର୍ମଚାରୀମାନେ ପୂଜାପାର୍ବଣକୁ ଆଖି ଆଗରେ ରଖି ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଶବର ସାହି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ।
ସେଠାରେ ମୋଟ୍ ୨୯୫୦ଲିଟର ମଦ ପାଇଁ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଗୁଡ ଓ ସାରମିଶ୍ରିତ ଗୁଡପୋଚ, ୨୮୦ଲିଟର ଦେଶୀମଦ ଜବତ କରି ଗଟଣାସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ନଷ୍ଟ କରାଯାଇଥିବା ଗୁଡପୋଚ ଓ ମଦର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଏହି ଚଢ଼ାଉରେ ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଚନ ମାଝୀ, ନରସିଂହପୁର ଅବକାରୀ ଅଧିକାରୀ ବିଶ୍ୱମ୍ବର ବିଶ୍ୱାଳ, ଆଠଗଡ଼ ଅବକାରୀ ଅଧିକାର ଅରୁଣ ଭୋଇ ଏବଂ ବାଙ୍କୀ ଥାନାର ସହକାରୀ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ ।
No Result
View All Result