No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସହରରେ ଚଳିତ ବର୍ଷ କୁମାରପୂର୍ଣ୍ଣିମା ଯାତ୍ରାରେ ଉପକୂଳ ବାତାବରଣ ପାଇଁ ବାଙ୍କୀର ସମସ୍ତ ପୂଜା ମଣ୍ଡପ ନିକଟରେ ଭିଡ ପରିଲକ୍ଷିତ ହେଉଥିବା ବେଳେ ଜଗନ୍ନାଥ ପୂଜା ମଣ୍ଡପ ଠାରେ ଅହେତୁକ ଭିଡ ଦେଖିବାକୁ ମିଳୁଛି । ଜଗନ୍ନାଥ ପୂଜା ମଣ୍ଡପରେ ୭ଫୁଟ ଉଚ୍ଚର ମୂର୍ତ୍ତି ସହ ଆଡମ୍ବର ରୀତିନୀତି ବିଧି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟକ ଭକ୍ତ ପୁରୀରୁ ଆସୁଥିବା ଅଭଡାକୁ ବଣ୍ଟନ କରାଯାଉଛି ।
ବାଙ୍କୀରେ ଥିବା ସମସ୍ତ ସାହି ମଣ୍ଡପ ଗୁଡିକ ମଧ୍ୟରେ ମେଡିକାଲ୍ ରୋଡ୍ ପୂଜା ମଣ୍ଡପ ଅନ୍ୟତମ । ଏହି ପୂଜା ମଣ୍ଡପରେ ୧୯୮୨ମସିହାରୁ ପୂଜା ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜଗନ୍ନାଥଙ୍କ ମାଟିନିର୍ମିତ ପ୍ରତିମୂର୍ତ୍ତି ପୂଜା ପାଇଆସୁଛନ୍ତି । ପୂଜା କମିଟିର ସଭାପତି ସବିତା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପୁରୀ ଜଗନ୍ନାଥ ମନ୍ଦିରର ଅଭଡା ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଏଥିରେ ଚିନ୍ମୟାନନ୍ଦ ଦାଶ, ଲଳିତ ମୋହନ ପଣ୍ଡା, ଜଗନ୍ନାଥ ପଣ୍ଡା, ଅମିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result