No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ ଗ୍ରାମବାସୀ ବୃନ୍ଦ ଓ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପଞ୍ଚଦିନାତ୍ମକ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ମହା ଆଡ଼ମ୍ବରରେ ଆୟୋଜିତ ହୋଇଛି। ଗତ ବୁଧବାର ଠାରୁ ପାରମ୍ପରିକ ରୀତିନୀତି ଅନୁଯାୟୀ କଳସ ଯାତ୍ରା,ପୂଜାର୍ଚ୍ଚନା, ହୋମ ଆଦି କାର୍ଯ୍ୟ ସମ୍ପାଦନା ହୋଇ ଶୁଭାରମ୍ଭ ହୋଇଥିବା ମହୋତ୍ସବର ତୃତୀୟ ଦିବସରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରହ୍ମପୁର ସ୍ଥିତ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହକୁ ସରପଞ୍ଚ ରଶ୍ମିତା ପ୍ରଧାନ ଦ୍ଵୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ।
ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ଭକ୍ତି ସଙ୍ଗୀତକୁ ଅନୁଷ୍ଠାନର ଦିବ୍ୟାଙ୍ଗ କଳାକାରଗଣ ସୁଲଳିତ କଣ୍ଠରେ ଚିତ୍ତାକର୍ଷକ ଭଜନ ପରିବେଷଣ କରି ଶ୍ରୋତା ଓ ଦର୍ଶକଙ୍କୁ ବିମୋହିତ କରିଥିଲେ। ସୁଉଚ୍ଚ ତୋରଣ ସାଂଗକୁ ସୁଶୋଭିତ ପୂଜା ମଣ୍ଡପରେ ବିରାଜମାନ ମା ଗଜଲକ୍ଷ୍ମୀଙ୍କ ଦିବ୍ୟ ଓ ଭବ୍ୟ ମୃଣ୍ଣୟ ପ୍ରତିମାକୁ ଭକ୍ତି ଓ ନିଷ୍ଠାର ସହ ଦର୍ଶନ, ପୂଜନ, ଭୋଗ ଓ ନୈବେଦ୍ୟ ଅର୍ପଣ କରି ଆବାଳ ବୃଦ୍ଧ ବନିତା ବିଶ୍ୱବାସୀଙ୍କ ଆର୍ଥିକ ସମୃଦ୍ଧି,ଐଶର୍ଯ୍ୟ କାମନା କରି କୃପା ଭିକ୍ଷା କରିଥିଲେ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଆୟୋଜିତ ହେଇଥିବା ବେଳେ ଆଖ ପାଖ ଅଞ୍ଚଳରୁ ପ୍ରବଳ ଜନ ସମାଗମ ହୋଇ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଯଜ୍ଞବେଦୀରେ ପଣ୍ଡିତ,ପୁରୋହିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ, ହୋମ କର୍ତ୍ତା ଅଭିରାମ ପରିଡ଼ା, ସୁଦେଷ୍ଣା ପରିଡ଼ା, ବୈନେତ୍ର ପରିଡ଼ା, ପଣ୍ଡିତ ପରିଡ଼ା,ଗଙ୍ଗାଧର ପରିଡ଼ା, ଯୁବ ସଂଗଠକ କାଳୀ ଦଳେଇ ଓ ଗନ୍ତାୟତ ଦଳେଇଙ୍କ ସହଯୋଗ ଓ ଶୃଙ୍ଖଳିତ ପରିଚାଳନା ଗ୍ରାମରେ ଏକ ଆଧ୍ୟାତ୍ମିକ ମହୋଲ ସୃଷ୍ଟି ହୋଇଛି।

No Result
View All Result