No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ, ଯଶୋରାଜପୁର ଗ୍ରାମର ପ୍ରୀତମ କାନୁନଗୋ ଙ୍କ ସାନଭାଇ ପ୍ରତୋଷ କାନୁନଗୋ ୧୬୯ ନମ୍ବର ରାଙ୍କ ରହି କୃତକାର୍ଯ୍ୟ ହାସଲ କରିଛନ୍ତି । ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ଆବେଦନ କରିଥିବା ବେଳେ, ପରୀକ୍ଷା ଦେଇଥିଲେ ୪୦୫୮୬ ଜଣ ।
ଏଣ୍ଟ୍ରାନ୍ସରେ ମୋଟ ୮୨୨୦ ଜଣ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ଯ୍ୟ ହୋଇ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି । ମାହାଙ୍ଗା ଅଞ୍ଚଳର ପ୍ରତୋଶ ମଧ୍ୟ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ସଫଳତା ପାଇଁ ପ୍ରତୋଷ ତାଙ୍କ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି ।

No Result
View All Result