No Result
View All Result
୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ମୃତ୍ୟୁ ଏକ ଏପରି କଠୋର ସତ୍ୟ ଯେ କାହାକୁ କେତେବେଳେ କେଉଁଠି ଗ୍ରାସ କରିବ ତାହା ଈଶ୍ୱରଙ୍କୁ ହିଁ ଜଣା।ଗୋପ ଥାନା ଅନ୍ତର୍ଗତ ତିରୁଣା ଠାରେ ବଜ୍ରାଘାତ ରେ ଜଣେ ଯୁବକ ପୋଡି ମୃତ୍ୟୁ ବରଣ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ଆଜି ଶନିବାର ଦିନ ସନ୍ଧ୍ୟା ୭ଟା ସମୟରେ ଧନିତ୍ରୀ ଗ୍ରାମର ପଦ୍ମଲାଭ ପ୍ରଧାନ ଙ୍କ ପୁଅ ଲଷ୍ମୀଧର ପ୍ରଧାନ ୫୦ ବର୍ଷ ( ଗାଣ୍ଡୁଆ ) ଜହ୍ନିବାଲିଆ ହାଟରୁ ନିଜ ଘରକୁ ଯାଉଥିବା ବେଳେ ତିରୁଣା ଠାରେ ଏକ ବଡ଼ ଧରଣର ବଜ୍ରପାତ ସଂସ୍ପର୍ଶରେ ଆସିଥିଲା । ଯାହା ଫଳରେ ସେହି ବଜ୍ରାଘାତ ରେ ଶରୀର ପୋଡି ଯାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ବୋଲି ସୂଚନା ମିଳିଛି ।
No Result
View All Result