ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) କଳାହାଣ୍ଡି :- ମ.ରାମପୁର ସହରରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ସଟଡାଉନ ଘୋଷଣା କରାଯାଇଛି । ସହରର ଗୈ।ଡପଡାରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଅଞ୍ଚଳକୁ ସରପଂଚ ଚିତ୍ତରଞ୍ଜନ ବାଗ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
ସୋମବାର ରାତି ୯ଟାରୁ ଗୁରୁବାର ରାତି ୯ଟା ପର୍ଯ୍ୟନ୍ତ ୭୨ ଘଣ୍ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ କୈ।ଣସି ବ୍ୟକ୍ତି ବାହାରକୁ ନ ବାହାରିବା ଓ ବାହାରର ବ୍ୟକ୍ତି ବିଶେଷ ସେହି ଅଞ୍ଚଳକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ରିପୋର୍ଟ-ପ୍ରଦୀପ କୁମାର ଗଉଡ)