No Result
View All Result
◆ ତଦନ୍ତକଲେ ବନାଂଚଳ ଅଧିକାରୀ ।
ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : – ଦିନକୁ ଦିନ ବଢୁଛି ଠିକାଦାର୍ କଂ ଦାଦାଗିରି । ବନ କର୍ମଚାରୀ କୁଂ ହାତକରି ,ଠିକାସଂସ୍ଥା ନଷ୍ଟ କରୁଛନ୍ତି ଜଙ୍ଗଲ । ନିଜର ଫାଇଦା ପାଇଁ ଜଙ୍ଗଲରୁ ଖୋଳାଯାଉଛି ଶହଶହ ଟ୍ରିପ୍ ମୋରମ୍ । ଫଳରେ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ ନଷ୍ଟ ହେବାରେ ଲାଗିଛି। ବନ କର୍ମଚାରୀଙ୍କ ଜାଣତରେ ଏଭଳି ମୋରମ ଖନନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି,ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ବାଣିଗୋଛା ସେକ୍ସନର ପାମ୍ପରଡ଼ା ବିଦ୍ୟାଳୟ ନିକଟରେ ।
ପାମ୍ପରଡ଼ା ବିଦ୍ୟାଳୟଠାରୁ ରେଲ୍ୱେ ଟନେଲକୁ ଯାଇଥିବା ରାସ୍ତାର ବାମ ପାର୍ଶ୍ଵ ଜଙ୍ଗଲରୁ ଏଭଳି ମୋରମ ଖନନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଜଣାପଡ଼ିଛି । ଆଜି ଉକ୍ତ ବେଆଇନ୍ ମୋରମ୍ ଖନନ ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ବିହିତ କାର୍ଯ୍ୟାନୁଷ୍ଠାନ ।
No Result
View All Result