No Result
View All Result
(ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଆଦିବାସୀ ବହୁଳ ପଞ୍ଚାୟତ । ଗାଁଗାଁରେ ଭରି ରହିଛି ବହୁ ଚୋରା ଦେଶୀ ବନ୍ଧୁକ । କିଏ ଶିକାର ପାଇଁ ବ୍ୟବହାର କରୁଛି ତ ପୁଣି କିଏ ଗାଁରେ ବନ୍ଧୁକ ଭୟ ଦେଖାଇ ଆତଙ୍କ ରହୁଛି । ଏହାଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବିଗତ କିଛି ମାସ ମଧ୍ୟରେ ବାଣିଗୋଛା ଓ ଦଶପଲ୍ଲା ପୁଲିସ ସମେତ ବନବିଭାଗ ଅନେକ ମାତ୍ରାରେ ଚୋରା ଦେଶୀ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରୁନଥିବା ଦେଖିବାକୁ ମିଳିଛି ।
କିଛି ମାସ ତଳେ ବାଣିଗୋଛା ପୁଲିସ କଳସାଖମଣ, ଚଚେୟାପଲ୍ଲୀ, ନୂଆଗାଁ ଏବଂ କୁଜାମେଣ୍ଢି ଆଦି ପଞ୍ଚାୟତରେ ବଡ଼ଉ କରି ୧୧ଟି ଦେଶୀ ବନ୍ଧୁକ ଜବତ କରିଥିଲା । ଏସବୁ ବନ୍ଧୁକ ଜଳସାଖମଣ ପଞ୍ଚାୟତର ଜନୈକ ବ୍ୟକ୍ତି ପ୍ରସ୍ତୁତ କରୁଥିବା ନେଇ ବାଣିଗୋଛା ପୁଲିସ୍ ଜାଣିବାକୁ ପାଇଥିଲା । ହେଲେ ଏସବୁ ଧରପଗଡ଼ ପରେ ପୁଲିସ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରିନି । ସେହିଭଳି ଦଶପଲ୍ଲା ବ୍ଲକ୍ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳରେ ଏହି ବହୁଳ ତିଆରି କାରଖନା ରହିଛି ।
ଯାହାକି ବାଣିଗୋଛା ପୁଲିସ ଯେଉଁସବୁ ବନ୍ଧୁକ ଜବତ କରିଛି ସେ ମଧ୍ୟରୁ କିଏ କଳସାଖମଣ ଅଞ୍ଚଳରୁ କିଣିଥିବା ବେଳେ ଆଉକିଏ ଚକାପାଦ ଅଞ୍ଚଳରୁ କିଣିଥିବା ନେଇ ପୁଲିସ ନିକଟରେ ସ୍ଵୀକାର କରିଛି । ମାତ୍ର କିଛିମାସ ତଳେ ବାଣିଗୋଛା ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ଏହି ତଦନ୍ତରେ ଶିଥିଳତା ଦେଖିବାକୁ ମିଳିଛି । ଫଳରେ ଏବେ ଅନେକ ଶିଳାରୀ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପୁଲିସ ଏଦିଗରେ ବିଶେଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
No Result
View All Result