ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ନୟାଗଡ :- ନୟାଗଡ ଜିଲ୍ଲାରୁ ସର୍ବାଧିକ 147 ଚିନ୍ହଟ ହୋଇଥିବାବେଳେ ଜିଲ୍ଲାରୁ ୬୩ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ କରୋନା ସ୍ଥିତି ବେଳକୁ ବେଳ ଉଗ୍ରରୂପ ଧାରଣ କରୁଥିବାବେଳେ ସାଧାରଣଙ୍କ ମନରେ ଏହା ଆତଙ୍କ ଖେଳାଇ ଦେଇଛି । ତେବେ ଏହାକୁ ଏକ ଯୁଦ୍ଧ କାଳୀନ ଭିତ୍ତିରେ ସମ୍ମୁଖୀନ ହେବାକୁ ଜିଲ୍ଲାପ୍ରଶାସନ ଦୃଢ଼ ନିଷ୍ପତି ନେଇଛି । ଯେ ,କୌଣସି ପରିସ୍ଥିତିରେ କରୋନା ହାରିବ ନୟାଗଡ ଜିତିବ ବାର୍ତ୍ତା ନେଇ ଏକ ସକାରାତ୍ମକ ଢଙ୍ଗରେ ଜିଲ୍ଲାପ୍ରଶାସନ
ଅଣ୍ଟା ଭିଡିଥିବା ଜଣା ପଡ଼ିଥିବା ବେଳେ ଏଠାକାର ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର କିଛି ଷ୍ଟାଫଙ୍କ ନିକଟରେ କରୋନା ଚି଼ହ୍ନଟ ହୋଇଥିବାରୁ ଏହାର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ନିମନ୍ତେ ଅଗଷ୍ଟ 24 ତାରିକ ଦିନ ୯ ଘ. ପର୍ଯନ୍ତ ସଟଡାଉନ କରାଯାଇଛି । ସେହିପରି ଓଡଗାଁ ବ୍ଲକର ୫ ଟି ପଂଚାୟତର ୨0 ଟି ଗ୍ରାମରେ ଲାଗୁ କରାଯାଇଥିବା କଣ୍ଟେନମେଣ୍ଟ ଜୋନକୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜିଠାରୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ଜିଲ୍ଲାବାସୀଙ୍କୁ ଆବଶ୍ୟକ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ପାଇଁ ପୁନର୍ବାର ନିବେଦନ କରିଛନ୍ତି । (ରିପୋର୍ଟ- ରାମକୃଷ୍ଣ ରଥ)