୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ଚଳିତ ବର୍ଷ ଗୋଟିଏ ଦିନରେ ଗଜଲକ୍ଷ୍ମୀ ପୂଜା ଓ କୁମାରୋତ୍ସବ ପଡୁଥିବାରୁ ପ୍ରତ୍ୟେକ ସହର ଗ୍ରାମ ପୁରପଲ୍ଲୀରେ ବହୁ ଧୁମଧାମରେ ଏହି ପୂଜା ଓ କୁମାରୋତ୍ସବ ପାଳନ କରାଯାଉଛି। ସେହିଭଳି ନିମାପଡ଼ା ବ୍ଲକ ଅଧିନସ୍ଥ ରେଞ୍ଚ ଗ୍ରାମରେ ବହୁ ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା କରାଯାଉଥିବାବେଳେ ଗ୍ରାମର ତରୁଣୀ ମାନେ ଛୋଟ ଛୋଟ କୁମାରୀ ମାନେ ବହୁ ଉତ୍ସାହ ଆନନ୍ଦରେ କୁମାର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଗ୍ରାମର କୁମାରୀ ଝିଅ ମାନେ ପ୍ରଥମେ ସକାଳୁ ଉଠି ଗାଧୋଇବା ପରେ ନୂତନ ବସ୍ତ୍ର ପରିଧାନ କରି ସୂର୍ଯ୍ୟ ଦେବତାଙ୍କୁ ଓ ସନ୍ଧ୍ୟାରେ ଚନ୍ଦ୍ର ଦେବତାଙ୍କୁ ଆଞ୍ଜୁଳି ଟେକି ଥାନ୍ତି ଓ ଚଉରା ମୂଳରେ ଚାନ୍ଦ ପୂଜା କରିଥାଆନ୍ତି ଏହା ସହିତ ଏହି ପରମ୍ପରା କାହିଁ କେତେ ଦଶନ୍ଧିରୁ ରହି ଆସିଛି । ଯାହା ହିନ୍ଦୁଧର୍ମରେ ବିଶ୍ବାସ ରହିଛି,ଏହି କୁମାରୋତ୍ସବ ଓଷା କଲେ ସୁନ୍ଦର କୁଆଁରୀ ଝିଅଙ୍କୁ ଙ୍କୁ ସୁନ୍ଦର ବର ମିଳିଥାନ୍ତି ବୋଲି ବିଶ୍ଵାସ କରାଯାଏ । ଗାଁ ରେ ଦେଖିବାକୁ ମିଳିଛି ଆନନ୍ଦ ଉତ୍ସାହ ତାରି ଭିତରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଛୋଟ ଛୋଟ ଝିଅ ଦୁଇଟି ଙ୍କ ମଧ୍ୟରେ କଣ୍ଢେଇ ବାହାଘର କରାଯାଏ ଗୋଟିଏ ଝିଅ ବର ଓ ଅନ୍ୟଟି କନ୍ୟା ।

ବେଦୀରେ ବସାଇ ବାହାଘର ରୀତିନୀତି ଅନୁସାରେ ଏହି ବାହାଘର କରାଯାଏ ପରେ ଗାଁ ଦାଣ୍ଡରେ ବର ଓ କନ୍ୟାକୁ ଡିଜେ ବଜାଇ ରୋଷୋଣୀ କରି ସବୁ କୁଆଁରୀ ଝିଅ ମାନେ ନାଚି ନାଚି ଗାଁ ପରିକ୍ରମା କରିଥାନ୍ତି ଏବଂ ଶେଷରେ ଭୋଜିଭାତର ଆସର ବସେ । ଏହି କଣ୍ଢେଇ ବାହାଘର ର ବିଶେଷତ୍ଵ ହେଉଛି ବାଲ୍ୟବିବାହ କୁ ନିଷେଧ କରିବା ନିମନ୍ତେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଭଗବତୀପୁର ସରପଞ୍ଚ ତଥା ବିଜେପି ରାଜ୍ୟ ସଭାପତି ଦେବାଶିଷ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଏକ ବାର୍ତ୍ତା ଦେବାସହ ଏଭଳି ନିଆରା ପ୍ରୟାସ କୁ ସ୍ଵାଗତ କରିଛନ୍ତି ଏବଂ ସେ କହିଛନ୍ତି ଆଗକୁ ଏହିପରି କାର୍ଯ୍ୟକ୍ରମ ଚାଲିବ ଯେତେବେଳେ ଯାହା ଆବଶ୍ୟକ ସୁବିଧା ସହଯୋଗ ଦରକାର ତାଙ୍କ ତରଫରୁ କରାଯିବା ନେଇ ସେ ଅଭିଭାଷଣ ରେ କହିଥିଲେ ।

ସେହିଭଳି ଆଧୁନିକତାରେ ରୂଚି ରଖି କଳା ସଂସ୍କୃତି ପରମ୍ପରା କୁ ଭୁଲିଯାଉଥିବା ଲୋକମାନଙ୍କ ମନରେ ପରମ୍ପରା ସଂସ୍କୃତି କୁ ବଞ୍ଚେଇ ରଖିବା ଉଜ୍ଜୀବିତ କରିବା ଲକ୍ଷ୍ୟରେ ରାମଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ରାମଲୀଳା ଦେଖିବାକୁ ରେଞ୍ଚ ପଞ୍ଚାୟତ ର ଆଖପାଖ ଅଞ୍ଚଳରୁ ରାମଭକ୍ତ ଓ ଯୁବକ ମାନଙ୍କ ର ଗହଳି ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟପଟେ ଆଜି ମା ଲକ୍ଷ୍ମୀ ଙ୍କର ଆଗମନ ଆଜି ତାଙ୍କର ପୂଜା କରାଯାଇଥିଲା ରେଞ୍ଚ ପଞ୍ଚାୟତ ନିକଟସ୍ଥ ବଜାର ଉପରେ ବହୁ ଆଡ଼ମ୍ବରେ ପୂଜାର୍ଚ୍ଚନା କରାଯାଇଛି। ମା'ଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନଙ୍କର ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ମା'ଙ୍କର ପୂଜା ଆଜି ବୁଧବାର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା'ଙ୍କର ସକାଳୁ ଜଳାଧିବାସ, ଚକ୍ଷୁଦାନ, ମହାସ୍ନାନ ଓ କଳସ ସ୍ଥାପନା କାର୍ଯ୍ୟକ୍ରମ କରାଯାଇଥିଲା । କାଲି ଠାରୁ ପ୍ରତ୍ୟେକ ଦିନ ମା'ଙ୍କ ବିସର୍ଜନ ପର୍ଯ୍ୟନ୍ତ ସ୍ନାନପୂଜା ଓ ହୋମ୍ କରାଯିବା ନେଇ ସୂଚନା ମିଳିଛି।ରେଞ୍ଚ ଗ୍ରାମରେ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ଦେବାଶିଷ ଆଚାର୍ଯ୍ୟ,ରେଞ୍ଚ ପଞ୍ଚାୟତ ର ଯୁବ ସରପଞ୍ଚ ପ୍ରସନ୍ନ କୁମାର ସ୍ବାଇଁ, ଶୁଶାନ୍ତ ଜେନା, ରଘୁନାଥ ଜେନା, ମମତା କାଣ୍ଡି ପ୍ରମୁଖ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।