No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସରକାରଙ୍କ ପ୍ରତିଶ୍ରୁତି କଣ ପାଣିର ଗାର ! ନଭେମ୍ବର 5 ତାରିଖ ସୁଦ୍ଧା ରାସ୍ତା କାମ ସରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ସ୍ଥଳେ ପିପିଲି ଠାରୁ କୋଣାର୍କ ରାଜ୍ୟ ରାଜପଥ ସଡ଼କ ନିର୍ମାଣରେ ତାହା କାର୍ଯ୍ୟକାରୀ ହେବା ଭଳି ଜଣା ପଡୁ ନାହିଁ।ରାଜପଥଟି ଅନେକ ବର୍ଷ ହେଵ ମରାମତି ହୋଇନଥିବାରୁ ବର୍ତମାନ ରାସ୍ତାରେ ଖଲ ଖମ୍ମl ରେ ଭର୍ତ୍ତି ହେତୁ ଦୈନିକ ଛୋଟ ବଡ଼ ଯାନବାହାନର ଦୃଘଟଣା ଘଟୁଛି l ସେଥିପାଇଁ ଗତ ମାସ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନା ଚରଣ ମାଝି ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଥିଲେ କୀ ପୂଜା ପର୍ବାଣର ଆଗମନ ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପର୍ଣ୍ଣ ହେଵ l
କିନ୍ତୁ ଦୁର୍ଗାପୂଜା ସରି ଲଷ୍ମୀ ପୂଜା ଆରମ୍ଭ ହେଲାଣି ସତ କିନ୍ତୁ ପିପିଲି କୋଣାର୍କ ରାସ୍ତା ର ଅବସ୍ଥା ସୁଧୁରି ପାରିଲାନାହିଁ l କୋଣାର୍କ ଏକ ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଭୁବନେଶ୍ୱର ରୁ କୋଣାର୍କ ଦୈନିକ ଶତାଧିକ ଯାନବାହାନ ଯୋଗେ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି l କିନ୍ତୁ ଦୁଃଖ ଓ଼ ପରିତାପର ବିଷୟ ଟି ହେଉଛି ଗତ ରଥଯାତ୍ରା ସମୟରେ ଉକ୍ତ ରାସ୍ତା ର ମରାମତି ହେବାକଥା କିନ୍ତୁ ନିର୍ବାଚନ ଆଚରଣ ଵିଧି ଯୋଗୁଁ ତାହା ହୋଇପାରି ନଥିଲା l ଏବେ ନୂତନ ସରକାର ଙ୍କ ଆଗମନ ପରେ ରାସ୍ତା ଘାଟ ଆଦି ସମ୍ପର୍କ ଆମ ଦ୍ଵାରା ବାରମ୍ବାର ଖବର ପ୍ରସାରଣ ପରେ ଟେଣ୍ଡର ପ୍ରକ୍ରିୟା କୁ ଯାଇଥିଲା l
ତାହା ପୁଣି 20 ଲକ୍ଷ 80 ହଜାର ଟଙ୍କାର ବ୍ୟୟ ବରାଦ ହୋଇଛି l ଉକ୍ତ ରାସ୍ତାରେ ହୋଇଥିବା ଖାଲଖମ୍ମା ସହିତ ଆବଶ୍ୟକତା ଅନୁଯାଇ ନବୀକରଣ ପାଇଁ ଟେଣ୍ଡର ରେ ଉଲ୍ଲେଖ ହୋଇଥିବା ସ୍ଥଳେ ଠିକାଦାର ମଝିରେ ମଝିରେ କେବଳ ତାଳିପକା କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି l ତାହା ପୁଣି ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ କାର୍ଯ୍ୟ ହେଉଥିବାରୁ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି l ମୋଟାମୋଟି କହିବାକୁ ଗଲେ ଉକ୍ତ ରାସ୍ତା କାର୍ଯ୍ୟପ୍ରାରମ୍ବରୁ ଅତି ନିମ୍ନମାନର ହେଉଥିବାରୁ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୃଷ୍ଟି ଦେବାକୁ ଗୋପ ଅଞ୍ଚଳର ବୁଦ୍ଧିଜୀବୀ ତଥା ଗୋପ ସୁରକ୍ଷା ମଞ୍ଚ ର ସଭାପତି ଦାବୀ କରିଛନ୍ତି l
No Result
View All Result