No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଏକ ଡକାୟତି ଘଟଣାରେ ଗତ ରବିବାର ରାତିରେ ଭବାନୀପାଟଣା ସଦର ଥାନା ପୁଲିସ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଗତ ଅକ୍ଟୋବର ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ସଦର ଥାନା ଆଇଆଇସି ନରେନ୍ଦ୍ର କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ ।
ଏନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଦଶହରା ଥିବା ଯୋଗୁଁ ପୁଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବ୍ୟସ୍ତ ରହିଥିଲା । ଗତ ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା । ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି । ଏହି ଘଟଣାରେ ଅନ୍ୟମାନେ ଫେରାରଥିବା ଜଣାପଡିଛି । ତେବେ ଏହି ଘଟଣାରେ ପ୍ରାୟ ୮ ଜଣ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି ।
No Result
View All Result