୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଫୁଲେଇ କାଶତଣ୍ଡି ସ୍ବାଗତ କରୁଛି ପାର୍ବଣ କୁ । ଦୁର୍ଗେ ଦୁର୍ଗତିନାଶିନୀ, ଅଭୟ ବରଦାୟିନୀ , ମହିଷାସୁର ମର୍ଦିନୀ ମା ଦଶଭୂଜା ଦୁର୍ଗାକଂ ଆବାହନ ଓ ପୂଜନ ପରେ ଏବେ ଦଶପଲ୍ଲା ର ମେଡିକାଲ ଛକ ( ଲକ୍ଷ୍ମୀ ବଜାର ) ପୂଜା ମଣ୍ଡପରେ ମହା ସମାରୋହରେ ପୂଜା ପାଉଛନ୍ତି ଧନଦାତ୍ରୀ ମା ଗଜଲକ୍ଷ୍ମୀ । ୧୯୬୨ ମସିହାରୁ ପ୍ରତିଷ୍ଠିତ ଏହି ପୂଜା ମଣ୍ଡପରେ ସ୍ବତ୍ରୀୟ କର୍ମକାଣ୍ଡି ପଣ୍ଡିତ ବ୍ରାହ୍ମଣ ମାନକଂ ଦ୍ବାରା ନ୍ୟାସ,ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ ପରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ କୁଂ ଷୋଡ଼ଶ ଉପଚାରରେ ପୂଜନ କରାଯାଇଥାଏ ।

ଦଶପଲ୍ଲା ଲକ୍ଷ୍ମୀ ବଜାର ବଣିକ ସଂଘ ଆନୁକୂଲ୍ୟରେ ପାଳିତ ହେଉଥିବା ଏହି ପୃଜୋତ୍ସବରେ ଦଶପଲ୍ଲା ବଣିକ ମହାସଂଘର କର୍ମକର୍ତ୍ତା କଂ ସହିତ ବହୁ ସ୍ବେଛାସେବୀ ସହଯୋଗ କରିଥାନ୍ତି । ସଂଧ୍ୟା ଆଳତୀ ସମୟରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ କୁଂ ଦର୍ଶନ କରିବାପାଇଁ ବିଶେଷକରି ମହିଳା ମାନକଂ ର ପ୍ରବଳ ଭିଡ଼ ହୋଇଥାଏ । ଏହି ଅବସରରେ ଦଶପଲ୍ଲା ଅଂଚଳର ବିଭିନ୍ନ ଗ୍ରାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀକଂ ଦ୍ବାରା ଅଖଣ୍ଡ ହରିନାମ ସଂକୀର୍ତ୍ତନ ସହିତ,

ସଂଧ୍ୟା ସମୟରେ ଦଶପଲ୍ଲା ର ଶିଶୁକଳାକାର ମାନକଂ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି । ଏହା ସହିତ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ସ୍ବରୁପ ରାମ ଖେଚେଡା ବଣ୍ଟନର ବ୍ୟବସ୍ଥା କରାଯାଇଛି ବୋଲି ବଣିକ ସଂଘର ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ସାହୁ ଓ ସଂପାଦକ ପ୍ରଶାନ୍ତ କୁମାର ସାହୁ ( ଚିଲୁ ) ସୂଚନା ଦେଇଛନ୍ତି । ଏହାସହିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୂଖ ବାଣିଜ୍ୟସ୍ଥଳ ଟାକରା ର ବାବା ସିଦ୍ଧେଶ୍ବର ବଣିକ ସଂଘ ତରଫରୁ ମଧ୍ୟ ମା' ଗଜଲକ୍ଷ୍ମୀ କଂ ପୂଜୋତ୍ସବ ମହା ସମାରୋହରେ ପାଳିତ ହୋଇଥିବା ଜଣାଯାଇଛି ।