No Result
View All Result
ଜୀବନ ବିନ୍ଦୁ ଅଭିଯାନ, କରିବା ରକ୍ତ ଦାନ, ବଞ୍ଚାଇବା ଜୀବନ
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ /ରଣପୁର :-> ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଉପଲକ୍ଷେ ରଣପୁର ବ୍ଲକ ବିଜେଡି ଦଳ ତରଫରୁ ବୁଧବାର ଦିନ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ରଣପୁରର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ,
ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ବିଜେଡି ବ୍ଲକ ସଭାପତି ଶଚିକାନ୍ତ ଷଡ଼ଙ୍ଗୀ,ରଣପୁର ଏନ ଏସି ଅଧକ୍ଷା ରଙ୍ଗୀନ ମହାନ୍ତି, l ରଣପୁର ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ନର୍ମଦା ରାୟ, ସ୍ୱରାଜ୍ୟ ମହାନ୍ତି, ତ୍ରିନାଥ ବିଶ୍ୱାଳ,,ଓ ନରେନ୍ଦ୍ର ପୁର ସରପଞ୍ଚ ତ୍ରିନାଥ ରାଉତ, ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ବିଜେଡି ଯୁବ ଉପସଭାପତି ପ୍ରଫୁଲ୍ଲ ନାୟକ, ବ୍ଲକ ବିଜେଡି ଯୁବ ଉପସଭାପତି ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶଭଉଘାଟନ କରିଥିଲେ !
ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ଯୁବକ,
ସାମ୍ବାଦିକ,କୃଷକ,ସମାଜସେବୀ,ବିଜେଡି କର୍ମୀ, କର୍ମକର୍ତ୍ତା ଓ ବିଜୁ ପ୍ରେମୀମାନେ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ରଣପୁର ବ୍ଲକର ବିଜେଡି କର୍ମକର୍ତ୍ତା,
ରାଜସୁନାଖଳାସ୍ଥିତ ଆଦର୍ଶ ପାଠାଗାରର ଯୁକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଏହି ମେଗା ରକ୍ତଦାନ ଶିବିରରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାର ଡା, ସତ୍ୟରଞ୍ଜନ ପ୍ରଧାନ, ଫାର୍ମାସିଷ୍ଟ ପବିତ୍ର ମୋହନ ସାହୁ, ଅଭୟ ଶlସମଲ, ସ୍ଵର୍ଣ୍ଣଲତା ସାହୁ ମାନସ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !ଏହି ରକ୍ତଦାନ ଶିବିରରେ ପ୍ରାୟ ୭୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l
No Result
View All Result