No Result
View All Result
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର ଅଟକାଇ ଥିଲା । ହେଲେ ସେହି କାରର ସିକ୍ରେଟ୍ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍ରୁ ଅଧିକ ରୁପା ଅଳଙ୍କାର । ଏପରି ଚିତ୍ର ସମ୍ବଲପୁରଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ’ରେ ଦେଖିବାକୁ ମିଳିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁରଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ’ର ମାଝିପାଲି ଟୋଲ୍ ଗେଟ୍ ନିକଟରେ ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ମହାରାଷ୍ଟ୍ର ନମ୍ୱର ପ୍ଲେଟ୍ ଥିବା ଏକ କା?ର୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର ସିଟ୍ରେ ସିକ୍ରେଟ୍ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ମିଳିଥିଲା ।
ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା । ହେଲେ ସେଥିରୁ ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା । ସିକ୍ରେଟ୍ ଚ୍ୟାମ୍ୱରରେ ରୁପା ଅଳଙ୍କାର ଥିବା ଦେଖି ଅବକାରୀ ବିଭାଗ ଜିଏସ୍ଟି ବିଭାଗକୁ ଖବର ଦେଇଥିଲା । ଜିଏସ୍ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା । ଯେଉଁଥିରେ କାନଫୁଲ, ପାଉଁଞ୍ଜି, ଦୀପ, ଗ୍ଲାସ ଆଦି ରହିଛି । ଜବତ ହୋଇଥିବା ରୁପାର ଓଜନ ୧ କ୍ୱିଣ୍ଟାଲ୍ ୬୬ କେଜି ୪୦୦ ଗ୍ରାମ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ଜିଏସ୍ଟି ବିଭାଗ । ଏହି ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡ ଯାଉଥିଲା । ଜିଏସ୍?ଟି ବିଭାଗର ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତିମାନେ କିଛି ଡକ୍ୟୁମେଣ୍ଟ ଦେଇଛନ୍ତି । ସେହି ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି । ତେବେ ସିକ୍ରେଟ୍ ଚ୍ୟାମ୍ୱରରେ କ’ଣ ପାଇଁ ଅଳଙ୍କାର ଚାଲାଣ ହେଉଥିଲା, ତାହା ଉପରେ ତଦନ୍ତ ଚାଲିଛି ବୋଲି ଜିଏସ୍ଟି ବିଭାଗ ପକ୍ଷରୁ କୁହାଯାଇଛି ।
No Result
View All Result