No Result
View All Result
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଶିଆଳିଲଟି ପଞ୍ଚାୟତ କାର୍ଯ୍ୟାଳୟ ରାଜୀବଗାନ୍ଧି ସେବାକେନ୍ଦ୍ରରେ ଠାରେ ସୋମବାର ଜିଲ୍ଲାପାଳ ବିଜୟ କୁମାର ଦାସ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣି କରିଛନ୍ତି । ଅଭିଯୋଗ ଶୁଣାଣିରେ ସମୁଦୟ ୧୧୯ଟି ଅଭିଯୋଗ ଶୁଣାଣି ହୋଇଥିଲା ।
ଏଥିରେ ୨୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୪୩ଟି ଗୋଷ୍ଠୀଗତ ଅଭିଯୋଗର ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣେ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର, ୪ଜଣଙ୍କୁ ତତ୍କ୍ଷଣାତ ମଧୁବାବୁ ପେନ୍ସନ ଓ ୪୩ ଜଣଙ୍କୁ ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଶବରପଲ୍ଲୀର କସ୍ତୁରୀ ନାୟକ ଆଉ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ବିବାହ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟଙ୍କୁ ୨.୫ଲକ୍ଷ ପ୍ରୋତ୍ସହନ ରାଶି ପ୍ରଦାନ କରାଯାଥିଲା ।
ଜିଲ୍ଲାପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିଷର ଠାରେ ବୃକ୍ଷ ରୋପଣ କରିଥିଲେ । ସମସ୍ତ ହୋଇଥିବା ଷ୍ଟଲ ଗୁଡିକ ବୁଲି ବୁଲି ଦେଖିଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଜେ କେ ପଣ୍ଡା, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ,ତହସିଲଦାର ଜ୍ୟୋତିମୟ କୁମାର ଦାସ,
ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ, ରାମଗିରି ଜଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତୀତ ବ୍ଲକର ବିଭିନ୍ନ ଲାଇନ ଡିପାମେଣ୍ଟ ଅଧିକାରୀମାନେ ଉପାଦ ନେଇ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ । ବିଶେଷ କରି ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଅଙ୍ଗନବାଡି ଷ୍ଟଲ ଖୋଲାଯାଇ ସେଠାରେ ବିଭିନ୍ନ ପୁଷ୍ଟିକର ଖାଦ୍ୟଦ୍ରବ୍ୟ ପ୍ରଦଶିତ ପ୍ରଦଶିତ ହୋଇଥିଲା ।

No Result
View All Result