ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ରୋଟାରୀ କ୍ଲବ ବରମୁଣ୍ଡା ତରଫରୁ ରୁଚିକା ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ କୋଭିଡ-୧୯ ର ପ୍ରତିରକ୍ଷା ପାଇଁ ଆୟୁଷ ମନ୍ତ୍ରାଳୟ ଅନୁମୋଦିତ ଇମ୍ୟୁନିଟି ବର୍ଦ୍ଧକ ହୋମିଓପାଥିକ ଔଷଧ ଓ ଫେସ୍ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଟିକୁ ରୋଟାରୀ କ୍ଲବ ବରମୁଣ୍ଡା ର ସମସ୍ତ ସଦସ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।
ସେମାନଙ୍କ ମଧ୍ୟରେ ମହେଶ୍ୱର ମହାନ୍ତି, ଜିତେନ୍ଦ୍ର ମିଶ୍ର,ଡା ପ୍ରଶାନ୍ତ ପଟ୍ଟନାୟକ, ଦିଲିପ୍ ଛତର, କନକଲତା ମିଶ୍ର, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଦାଶରଥି ତ୍ରିପାଠୀ, ପ୍ରତିଭା ମହାପାତ୍ର ଓ ରୁଚିକା ମାର୍କେଟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରୋଟାରୀୟାନ ଗୋପାଳ କୃଷ୍ଣ ଗୈାଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ଏଠାରେ ପ୍ରାୟ ୪୫୦ ଜଣ ଙ୍କୁ ଔଷଧ ଓ ମାସ୍କ ବଣ୍ଟନ କରାଯାଇଛି। ସମସ୍ତେ କୋଭିଡ ୧୯ ନିୟମ ପାଳନ କରି ଧାଡ଼ିରେ ଆସି ମାସ୍କ ଓ ଔଷଧ ଗ୍ରହଣ କରିଥିଲେ। ସମସ୍ତ ଙ୍କୁ ଔଷଧ ବ୍ୟବହାର ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ରେ ରୋଟାରୀ କ୍ଲବ ବରମୁଣ୍ଡା ର ଅଧ୍ୟକ୍ଷ ବିପିନ କୁମାର ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।