No Result
View All Result
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସମିଳନୀ କକ୍ଷରେ ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ 60ଟି ଅଭିଯୋଗ ର ଶୁଣାଣି କରିଥିଲେ l ଏଥିରେ 7ଟି ଅଭିଯୋଗର ତତ୍କାଳ ସମାଧାନ ଶୁଣାଣି କରିଥିଲେ l ଶିବିରରେ ଏସ ପି ଭବାନୀ ଶଙ୍କର ଉଦ୍ଗାତା, ଜିଲ୍ଲାପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଦୀପ କୁମାର ତରାଇ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ବିଜୟ କୁମାର ବେହେରା ଯୋଗଦେଇଥିଲେ l
ଅଭିଯୋଗ ଗୁଡିକ ମଧ୍ୟରେ ଜଗତସିଂହପୁର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଧୀନରେ ଶଙ୍ଖାରି ସାହି ସେକ୍ସନ ର କେନାଲ ଗୁଡିକରେ ତାଳମୁଣ୍ଡକୁ ପାଣି ନଯିବା l ବାସନ୍ଦରl ମାଇନର ଓ ଉକୁନ୍ଦରା ମାଇନର କେନାଲ ବନ୍ଧ ଗୁଡିକରେ ଜବର ଦଖଲ ବଢିବା ଉପରେ ବିଭୁତି ରାୟ, ବ୍ରହ୍ମାନନ୍ଦ ଜେନା ଆଦି ଅଭିଯୋଗ କରିଥିଲେ l ସେମାନେ ଶଙ୍ଖାରିସାହି ଅଫିସ କୁ ବାରମ୍ବାର ଗଲେ ମଧ୍ୟ ସମ୍ପୃକ୍ତ ସହକାରିଯନ୍ତ୍ରୀ ଅଫିସ ନଆସିବାରୁ ହତାଶ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ତେବେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ବିକାଶ ଅଧିକାରୀ ଜେଠୀ ଙ୍କୁ ନିର୍ଦେଶ ଦେଇଥିଲେ l
ଉକୁନ୍ଦରା ସାନଖରମଙ୍ଗା ଅଙ୍ଗନବାଡି ଗୃହ ଅଧା ହୋଇ ପଡ଼ିଥିବା, ଅଢଙ୍ଗ ଅମୁଲସାହି ରେ ହୋଇଥିବା ପାଣିଟାଙ୍କି ରେ ବିଦୁତ ସଂଯୋଗ ହୋଇ ନଥିବାରୁ ତାହା ଚାଲି ପାରୁନାହିଁ ଫଳରେ ଲୋକେ ପାଣି ପାଇପାରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ ସେହିପରି ବାସନ୍ଦରା ମୌଜା ରେ ଜମିଜମା ରେକଡ଼ ସଂଶୋଧନ ହୋଇପାରୁନାହିଁ ବୋଲି ବ୍ରହ୍ମମା ନନ୍ଦ ଜେନା ଅଭିଯୋଗ କରିଥିଲେ ତେବେ ବିଭାଗୀୟ ଅଧିକାରୀ ମାନଂକୁ ତୁରନ୍ତ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳ ସୋନାଲ ନିର୍ଦେଶ ଦେଇଥିଲେ l
No Result
View All Result