ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ତାଳପଦା ନିକଟରେ ଥିବା ସମୁଦ୍ରରୁ ଧୀବରମାନଙ୍କ ଜାଲରେ ବଂଶୀ ଡ୍ରୋନ ଲାଗିଛି । ତାକୁ ଧୀବର ମାନେ ବୋଟରେ ବାନ୍ଧି କୂଳକୁ ଆଣି ଗାଁ ରେ ରଖିଛନ୍ତି । ଏହାକୁ ନେବା ପାଇଁ ଗ୍ରାମ ବାସୀ ମାନେ ଡିଆରଡ଼ିଓ କୁ ଖବର ଦେଇଥିଲେ ମଧ୍ୟ କେହି ଗାଁରେ ପହଂଚିନଥିବା ଜଣାପଡିଛି । ଏହା ଦେଖିବା ପାଇଁ ଗାଁରେ ପ୍ରବଳ ଭିଡ଼ ଲାଗିରହିଛି । ତେବେ ଏହା ଏକ ଫମ୍ପା ଡ୍ରୋନ ।
ଏହାକୁ ବାୟୁସେନା ପରୀକ୍ଷଣ ସମୟରେ ବ୍ୟବହାର କରାଯାଏ ବୋଲି ଆଇଟି ଆର ପକ୍ଷରୁ କୁହାଯାଇଛି । ବ୍ରିଟେନର ଟାର୍ଗେଟ ଟେକ୍ନୋଲୋଜି ଦ୍ଵାରା ବିକଶିତ ଏହି ବଂଶୀ ଡ୍ରୋନ 35 ରୁ 185 କିଲୋ ଟନ ଓଜନର ସାମଗ୍ରୀ ବହନ କରିବାର ସକ୍ଷମ ଅଚ୍ଛି । ବଂଶୀର ଲମ୍ବ 2.95 ମିଟର ଓ ଡେଣା 2. 34 ମିଟର ଅଚ୍ଛି । ବାୟୁସେନା ଓ ମୋଗିଟ ଡ଼ିଫେନ୍ସ ସିଷ୍ଟମର ଅଧିକାରି ମାନେ ପରୀକ୍ଷଣ କରିଥାନ୍ତି ବୋଲି ଜଣାପଡ଼ିଛି । ( ରିପୋର୍ଟ – ଦୀପ୍ତିମାନ ପତି )