No Result
View All Result
୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଞ୍ଜାମ :-> ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।
ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ମାଁ ଙ୍କ ନିତ୍ୟକର୍ମ ପୂର୍ବାହ୍ନରେ ମୁଖ୍ୟ ପୂଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେ ବିଲ୍ବ ବରଣ କରାଯାଇଥିଲା, ପରେ ଅପରା ହ୍ନରେ ମା ଙ୍କର ଜଳଯାତ୍ରା କରା ପୂଜାମଣ୍ଡପ ପରିକ୍ରମାପରେ ଭକ୍ତ ମାନ ଙ୍କୁ ମାଁ ଦର୍ଶନ ଦେଇଥିଲେ ।
ଗ୍ରାମବାସୀଙ୍କ ଉପସ୍ଥିତିରେ ମୁଖ୍ୟ ପୂଜକ ନବମୀ ରେ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । ନବମୀରେ ମାଁ ଙ୍କ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଗ୍ରାମର ଯୁବ ଠାରୁ ଆବାଳବୃଦ୍ଧ ବନିତା ଯୋଗ ଦେଇ ଦୁର୍ଗାପୂଜା କୁ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ । ସୂଚନା ମୁତାବକ ଗ୍ରାମରେ ୪୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଗ୍ରାମବାସୀ ମନେ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି ।
No Result
View All Result