No Result
View All Result
୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଶୁକ୍ରବାର ଭୋର ୪ ଟା ବେଳେ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଜେନାଖାଲରୁ ଆରମ୍ଭ ହୋଇ ମନ୍ଦିର ଅଭିମୁଖେ ଆସିଥିଲା । ଏହି ଛତର ଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା ବେଳେ ସହର ସାରା ସଜେଇ ହୋଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାର ମେଣ୍ଢା, ଛେଳି, କୁକୁଡ଼ା ଆଦି ବଳି ଦେଇଥିଲେ ।
ଏଥିଯୋଗୁଁ ସହରର ରାଜରାସ୍ତା ରକ୍ତ ରଞ୍ଜିତ ହୋଇଯାଇଥିଲା । ଏହି ଉପଲକ୍ଷେ ଶ୍ରଦ୍ଧାଳୁମାନେ ବିଭିନ୍ନ ଗ୍ରୁପ୍ ରେ ବାଦ୍ୟଯନ୍ତ୍ର ବଜାଇବା ସହିତ ଘଣ୍ଟନାଦ ଓ ହୁଳହୁଳିରେ ସହର ପ୍ରକମ୍ପିତ ହୋଇଥିଲା । ତେବେ ଏହି ଛତର ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।
No Result
View All Result