No Result
View All Result
୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- > ବିରିଡି ଅଞ୍ଚଳରେ ଥିବା ଭିନ ଭିନ 11ଟି ମଣ୍ଡପରେ ମା ‘ଦୂର୍ଗା ଙ୍କର ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି l ଏଥି ସହିତ ଅଧିକାଂଶ ଗ୍ରାମରେ ଶିବ ପାର୍ବତୀ ହନୁମାନ, ରାମ ଲକ୍ସମଣ ସୀତା ପୂଜା ପାଉଛନ୍ତି l ଏଥର ପାଗ ଅନୁକୂଳ ଥିବାରୁ ମଣ୍ଡପ ଗୁଡିକର ତୋରଣ ଓ ଆଲୋକ ମାଳା ଝଲସୁ ଥିବାର ଦେଖିବାକୁ ମିଳିଛି l
ଦୂର୍ଗା ଙ୍କ ପୂଜା ମଣ୍ଡପ ମଧ୍ୟରେ ନୂଆପାରୀ ଜଗତ୍ଗୁରୁ ରମାନନ୍ଦା ଚାର୍ଯ୍ୟ ପୀଠରେ ମା ବିଂଶ ଭୁଜା ଦୂର୍ଗା, ହାଜିପୁର ଛକ,, ବିରିଡି ହାଟ, ବାଲିଆ ନବଦୁର୍ଗା, ବାଲିଆ ବଡଦୁର୍ଗା, ଅଲାଣ୍ଡ ବଡ ଦୂର୍ଗା, ଧ୍ୟାନକୁଦ ମଠ ଦୂର୍ଗା, ଚାନ୍ଦ ପୁର ଯୋଗୀସାହି ରେ ଦୁଇଟି ଦୂର୍ଗା, ମାଣତିର ବନଦୁର୍ଗା ମଧ୍ୟ ଶାସନ ମହାବୀର ପାଖ ଦୂର୍ଗା,
ମଙ୍ଗୁଲି ଦୂର୍ଗା ଆଦି ମୋଟ 11ଟି ସ୍ଥାନରେ ମା ଦୂର୍ଗା ପୂଜା ପାଉଛନ୍ତି l ଗୁରୁବାର ମା ଙ୍କର ଚକ୍ଷୁ ଦାନ ମହାଶପ୍ତମୀ ପୂଜା, ଶୁକ୍ରବାର ତାରିଣୀ ବ୍ରତ, ସନ୍ଧି ପୂଜା ଓ ମହା ଅଷ୍ଟମୀ ପୂଜା, ଶନିବାର ନବମୀ ଓ କାଳିକା ପୂଜା ରବିବାର ଦଶମୀ ମା ଙ୍କ ଘଟ ବିସର୍ଜନ l ସୋମବାର ଭସାଣି ଅନୁଷ୍ଠିତ ହେବ l ଏଥର ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l
No Result
View All Result