No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଣ୍ଠେଇ ପଡିଛି ଦଶପଲ୍ଲା ବ୍ଲକ୍ ଓ ଏନ୍ ଏ ସି ର ଉନ୍ନୟନ କାର୍ଯ୍ୟ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦଶପଲ୍ଲା ବ୍ଲକ୍ ଓ ଏନ୍ଏସିରେ ବନ୍ଦ ହୋଇପଡ଼ିଛି ଉନ୍ନୟନ କାର୍ଯ୍ୟ। ଗତ ଜାନୁଆରି ମାସଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପ୍ରାୟ ୧୦ ମାସ ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ବଢ଼ିପାରୁନି। ମୁଖ୍ୟତଃ ଦଶପଲ୍ଲା ଏନ୍ ଏ ସି ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ନିଯୁକ୍ତି ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏଯାଏଁ କାର୍ଯ୍ୟରେ ଯୋଗ ଦେଉନାହାନ୍ତି | ଫଳରେ ଏହାର ଦାୟିତ୍ବ ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକଙ୍କୁ ଦିଆଯାଇଥିବା ବେଳେ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଥିବା ହେତୁ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ ହେଉଛି।
ଶସେହିଭଳି ଗତ ଜୁନ୍ ମାସରେ ବିଡିଓ ଅବସର ନେବାପରେ ଏଯାଏଁ କୌଣସି ବିଡିଓଙ୍କୁ ନିଯୁକ୍ତି ଦିଆଯାଇପାରୁନି। ପ୍ରାୟ ୪ ମାସ ହେଲା ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି କାମ ଚଳାଇ ଆସୁଛନ୍ତି। ଯେଉଁଥି ପାଇଁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି। ମାତ୍ର ବଡ଼କଥା ହେଉଛି, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପ୍ରତ୍ୟେକ କାର୍ଯ୍ୟାଳୟରେ ୩ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ବଦଳି ପାଇଁ ନିର୍ବାଚନ କମିସନ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲେ । ହେଲେ ଏହି ନିର୍ଦ୍ଦେଶନାମା ବ୍ଲକ୍ ଏବଂ ଏନ୍ଏସିର କେତେକ କର୍ମଚାରୀଙ୍କ ପାଇଁ ଉପହାସ ହୋଇଛି।
ବ୍ଲକ୍ରେ କେତେକ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କର୍ମଚାରୀମାନେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ତାଙ୍କ ପ୍ରତି ଏହି ନିୟମ ବାଟବଣା ହୋଇ ରହିଛି। ସେହିଭଳି ଏନ୍ଏସିରେ ମଧ୍ୟ ସମାନ ସ୍ଥିତି । ଏନ୍ଏସି କାର୍ଯ୍ୟକାରୀ ହେବା ଦିନଠାରୁ ପ୍ରାୟ ୧୦ ବର୍ଷ ହେଲା ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଗାଦି ମାଡ଼ି ବସିବା ସହ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତି ରହିଥିଲେ ମଧ୍ୟ ତାଙ୍କ ପ୍ରତି ଏହି ନିୟମ କାର୍ଯ୍ୟକାରୀ ହୋଇପାରୁନି। ଫଳରେ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ହାତ କରିବା ସହ ରାଜନୈତିକ ଛତ୍ରଛାୟା ତଳେ ନିଜକୁ ସୁରକ୍ଷା ଦେଇ ଆସୁଥିବା ଅଭିଯୋଗ ହେଉଛି । ଏଦିଗରେ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।
No Result
View All Result