No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ନବୀନ ପଟ୍ଟନାୟକ ନିଜ ମନୋନୀତ ପ୍ରତିନିଧି ଭାବେ ୪ ଜଣ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ବିଜେଡ଼ିର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ଉପରେ ହିଞ୍ଜିଳି ବିଧାୟକ ଶ୍ରୀ ପଟ୍ଟନାୟକ ଆସ୍ଥା ପ୍ରକଟ କରି ତାଙ୍କୁ ଜିଲ୍ଲା ପରିଷଦ,ଗଞ୍ଜାମର ମନୋନୀତ ପ୍ରତିନିଧି ଭାବେ ନିଯୁକ୍ତି କରି ଗୁରୁଦାୟିତ୍ବ ଅର୍ପଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ବିରୋଧୀଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ହିଞ୍ଜିଳି ଓ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀ, ହିଞ୍ଜିଳିକାଟୁ ପ୍ରମୁଖଙ୍କୁ ଏ ବିଷୟରେ ପତ୍ର ପ୍ରଦାନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ହିଞ୍ଜିଳି ବିଧାୟକଙ୍କ ମନୋନୀତ ଜିଲ୍ଲା ପରିଷଦ ପ୍ରତିନିଧି ରୂପେ ନିଯୁକ୍ତି ପାଇବା ପରେ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
No Result
View All Result