No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ସ୍ୱାସ୍ଥ୍ୟ କେନ୍ଦ୍ର ସମିଳନୀ କକ୍ଷରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି l ସ୍ୱାସ୍ଥ୍ୟ କେନ୍ଦ୍ରର ଉପ ଅଧିକ୍ଷକ ଡା ତୁଷାର ରଞ୍ଜନ ବାରିକ ଅଧକ୍ଷତା କରିଥିଲେ l ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଡା ଲୋକନାଥ ସାହୁ ମାନସିକ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିକୁ ପ୍ରୋତ୍ସାହିତ କରିବାପାଇଁ ଆନ୍ତର୍ଜାତୀୟ ଅଭିଯାନର ଏକ ଅଂଶ ଭାବେ ପ୍ରତିବର୍ଷ ଅକଟୋବର 10ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନକରାଯାଏ l
ଏବଂ ଏବର୍ଷର ବିଷୟବସ୍ତୁ “କର୍ମ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟର ପ୍ରାଥମିକତା ” ଉପରେ ଉପସ୍ଥିତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଜେନେସିସ ନର୍ସିଙ୍ଗ କଲେଜ ର ଛାତ୍ରୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ବୁଝାଇ ଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ର ପିଏଚଓ ଭବାନୀ ଶଙ୍କର ହାଲଦାର ଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ନର୍ସିଙ୍ଗ ଅଫିସର ତପସ୍ୱିନୀ ବସ୍ତିଆ, ସୁକାନ୍ତ ବେହେରା ସୁଚିତ୍ରା ସେଠୀ, ସୁରେଶ କୁମାର ଦାସ, ଦୀପା ଘଡେଇ, ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result