ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଅଁଳାବେରିଣୀ ଅଞ୍ଚଳରେ ଥିବା ଓଟିପିସିଏଲ୍ ପ୍ଲାଣ୍ଟ୍ ବିରୋଧରେ ଜନ ଅସନ୍ତୋଷ । ରାସ୍ତାରେ ଗଛଡାଳ ଭାଙ୍ଗି ଅନଶନରେ ବସିଲେ ଆଲୁଅଝରଣ ଗ୍ରାମବାସୀ । ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଅଁଳାବେରିଣୀ ରାଜସ୍ବ ନିରୀକ୍ଷକ ଅଧିନ ପ୍ରସ୍ତାବିତ ଓଟିପିସିଏଲ୍ ପାୱାର ପ୍ଲାଣ୍ଟ୍ ହେବା ଦିନଠାରୁ ବିଭିନ୍ନ ବାଦ ବିବାଦରେ ଘେରି ରହିଛି ।
ଯାହାକି ପ୍ରଶାସନର ସଦା ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟରେ ସ୍ଥାନୀୟ ଜନପ୍ରତିନିଙ୍କ ଦାୟିତ୍ୱହୀନତା ରୁ ପୁଲିସ୍ ଜନତା ମୁହାଁମୁହିଁ ହୋଇଥିବାବେଳେ ପୁଣି ଏକ ଅଭାବନୀୟ ଘଟଣା ନ ଘଟିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଜମି ଅଧିଗ୍ରହଣରେ ନଥିବା ଗାଁ ରାସ୍ତାକୁ ବ୍ୟବହାର କରି ଲୋକଙ୍କ ଜୀବନଜୀବିକା କୁହାଯାଉଥିବା
ପୋଖରୀକୁ ଜୋର୍ ଜବରଦସ୍ତି ପାଚେରୀ ପକାଇ ଆବଦ୍ଧ କରୁଛି । ଅଭିଯୋଗ କଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନି କମୁନି ବୋଲି ମତ ରଖିଛନ୍ତି ଆଲୁଅ ଝରଣ ଗ୍ରାମବାସୀ ଏବଂ ନ୍ୟାୟ ଦାବିରେ ରାସ୍ତାରେ ଗଛ ଡ଼ାଳ ଭାଙ୍ଗି ଅନଶନରେ ବସିଛନ୍ତି । (ରିପୋର୍ଟ- ଅମର ରଞ୍ଜନ ଦାସ)