No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସର୍ବୋଦୟ ମେଳା ସମ୍ପାଦକ ଶିବ ପ୍ରସାଦ ମିଶ୍ର,ଜ୍ୟୋସ୍ନା ମୟୀ ନାୟକ,ଭାରତ ବିକାଶ ପରିଷଦର କ୍ଷେତ୍ରିୟ ମହା ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପୁରୀ ସେବା ସମିତିର ସମ୍ପାଦକ ରବିନ୍ଦ୍ର ନାଥ ସେନାପତି, ସମ୍ପାଦକ ସୌମେନ୍ଦ୍ର ଦାସ, 
ଆଦ୍ୟମ ଫାଉଣ୍ଡେସନ ଟ୍ରଷ୍ଟର ରାକେଶ କୁମାର ବାରିକ,ବରିଷ୍ଠ ନାଗରିକ ବିଶ୍ୱନାଥ ବେହେରା, ସମାଜସେବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାକ୍ଷୀ ଗୋପାଳ ବସଷ୍ଟାଣ୍ଡ ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ସାକ୍ଷୀ ଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ବକୁଳ ବନରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ସମାଧି ସ୍ଥଳରେ ଥିବା ସ୍ମୃତି ସ୍ତମ୍ଭ, କାଦୁଆ ସ୍ଥିତ ଗୋପବନ୍ଧୁ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ସୁଆଣ୍ଡୋସ୍ଥିତ ଗୋପବନ୍ଧୁ ଙ୍କ ଷଠି ଘରେ, ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ,ଓ ସଂଗ୍ରାହାଳୟରେ ଥିବା ଗୋପବନ୍ଧୁ ଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ ।
ଶେଷରେ ପ୍ରଭୁ ବିନୋଦ ବିହାରୀ ଙ୍କ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇ ମାଲ୍ୟାର୍ପଣ ସହ ପୂର୍ବରୁ ଗୋପବନ୍ଧୁ ଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ଦାସ, ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ,ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ ।
No Result
View All Result