ନୟାଗଡ ଜିଲ୍ଲା , (ଓଡିଶା ତାଜା ନିଉଜ୍) ନୟାଗଡ଼ 25-12-2019 :– ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୧୯ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟନ ହେଲା ।
ସଭାପତିତ୍ୱ କରିଥିଲେ ଜିଲ୍ଲାପାଳ ଡା ପୋମା ଟୁଡୁ ମହୋଦୟା । ଜିଲ୍ଲା ମହୋତ୍ସବ ପ୍ରଥମ ସଂନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନୟାଗଡ଼ ବନ୍ଦନା ପରିବେଷଣ କରାଯାଇଥିଲା ।
ଏଥିସହିତ ଭୂବନେଶ୍ୱର ପୁଷ୍ପିତା ମିଶ୍ର ଓ ସାଥିଙ୍କ ଦ୍ୱାରା ଓଡ଼଼ିଶୀ ନୃତ୍ୟ, ପୁରୀ ରଘୁରାଜ ପୁରର ଗୋଟିପୁଅ ନୃତ୍ୟ, ରାୟଗଡ଼ାର ଢେମସା ନୃତ୍ୟ, ରାଜସ୍ଥାନ ଲୋକନୃତ୍ୟ ଶିବ ତାଣ୍ଡବ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ରାୟଗଡ଼ାର ଢେମସା ମନୋମୁଗ୍ଧକର ଥିଲା । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି