No Result
View All Result
ଆଇଜିଏମ କଲେର ଓଡ଼ିଆ ସମ୍ମାନ ବିଭାଗରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ବ୍ୟାସନଗର ପୌରପରିଷଦର ଦଳ ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ପାଳନ କରାଯାଇଥିଲା । ଏନେଇ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ସଭାପତିତ୍ବ କରି ପ୍ରଥମେ ଗୋପବନ୍ଧୁଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଦାସେ ଆପଣେଙ୍କ ଜୀବନଚର୍ଯ୍ୟା ଉପରେ ବକ୍ତବ୍ୟ ରଖୁଥିଲେ । ଅତିଥିଭାବେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗଦେଇ ପଣ୍ଡିତ ଉତ୍କଳମଣି ଗୋବପନ୍ଧୁ ଦାସ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ଅନୁଷ୍ଠାନ ବୋଲି କହିଥିଲେ ।
ବିଶେଷକରି ସେ ଜଣେ ଦରଦି ମଣିଷ, ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ବ୍ୟବସ୍ଥାପକ ତଥା ଜନନାୟକ ଭାବେ ଖାଲି ଓଡ଼ିଶା ନୁହଁ ସମଗ୍ର ଭାରତ ବର୍ଷରେ ବିଦିତ ଥିଲେ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବଦା କାର୍ଯ୍ୟକରିବା ଲାଗି ପିଲାମାନଙ୍କୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଭାବେ ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ପୁଣ୍ୟାତ୍ମା ଗୋପବନ୍ଧୁ ଖାଲି ‘ଉତ୍କଳର ମଣି ନୁହଁ ସେ ଭାରତର ମଣି’ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଏହି ଅବସରେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ସାଗରିକା ଜେନା, ଭାନୁମତି ମଲ୍ଲିକ, ମମତରାଣୀ ମାଝୀ ପ୍ରମୁଖ ଛାତ୍ରୀମାନଙ୍କ ଦ୍ବାରା ଗୋପବନ୍ଧୁଙ୍କ ଜୀବନୀ ଉପରେ ସଂଗୀତ ପରିବେଶଣ କରାଯାଇଥିଲା।
ଛାତ୍ରୀ ତୁଳସୀ ସାମଲ, ସୁତିସାରିକା ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ଅଲିଭା ମଲ୍ଲିକ, ହରପ୍ରିୟା ଦଳାଇ, ଝିଲି ବିଶ୍ବାଳ, ମୃଣ୍ମୟୀ ତରାଇ, ସୁବର୍ଣ୍ଣା ସାହୁ, ସୁପ୍ରିୟ ମହାଳିକ, ପ୍ରଭାସିନୀ ପତି, ପୁଷ୍ପଲତା ଜେନା, ମୋନାଲିସା
ମଲ୍ଲିକ, ପ୍ରତ୍ୟାଶା ମିଶ୍ର, ରମାରାଣୀ ମଲ୍ଲିକ, ଗୀତାଞ୍ଜଳୀ ପତ୍ରୀ, ଲିଜାରାଣୀ ରଥ ପ୍ରମୁଖ ଗୋପବନ୍ଧୁଙ୍କ ଉପରେ ବକ୍ତବ୍ୟ ରଖିଲେ । ଅନ୍ୟାମାନଙ୍କ ମଧ୍ୟରେ ମମତା ପାଢୀ ବର୍ଷାରାଣୀ ଦାସ, ସୋନୀ ସାହୁ, ପ୍ରିୟଙ୍କା ପଣ୍ଡା, ଇତିଶ୍ରୀ ମାଝୀ ସ୍ମୃତିରେଖା ସାହୁ, ପ୍ରଜ୍ଞାପାରମିତା ପତି, ସିଲି ସେଠୀ, ସାଗରିକା ଜେନା(ଖ),
କମଳା ସାହୁ, ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ, ବର୍ଷାରାଣୀ ପୁରୀ, ବାସନ୍ତୀ ମଣ୍ଡଳ, କବିତା ସେଠୀ, ଐଜା ବିଶ୍ବାଳ, ରମା ପ୍ରତିହାରୀ, ରୁପାଲି କରଣ, ସନିଆ ପେରାଇ, ମୋନାଲିସା ବେହେରା, ସୁମିତ୍ରା ମଲ୍ଲିକ, ମାନିନୀ ବେହେରା, ମମତା ରାଣୀ ବେରୋ, ମମତା ମଲ୍ଲିକ, ଶୁଭସ୍ମିତା ସାହୁ, ଅନିସା ପ୍ରିୟଦର୍ଶିନୀ ରାୟ, ବିଜୟଲକ୍ଷ୍ମୀ ରାଉତ, ପ୍ରୀତି ସାମଲ, ସୀତାମଣୀ ସୋରେନ, ଜ୍ୟୋତ୍ସ୍ନାରାଣୀ ଜେନା ପ୍ରମୁଖ ତିନିଶ୍ରେଣୀ ଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result