No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବୁଧବାର ବାଙ୍କୀରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଦୁ ଦାଶଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଙ୍କୀ ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ମୁଖ୍ୟଅତିଥି ଭାବେ କବି କୌଶିକ ନାୟକ ଯୋଗଦାନ କରି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନସେବା , ତ୍ୟାଗ ଓ ବଢ଼ି ମରୁଡିରେ ଜନସାଧାରଣଙ୍କ ପାଖରେ ପହଞ୍ôଚ ସାହାଯ୍ୟ କରିବାର ଅନନ୍ୟ ଉଦାହାରଣ ସୃଷ୍ଟି କରିଥିଲେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କହିଥିଲେ
ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ସମାଜ ପ୍ରତିଷ୍ଠା କରି ଓଡ଼ିଶାର ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରକାଶ କରି ଜଣେ ଜନସେବକ ଭାବେ ସାରା ଭାରତରେ ପରିଚିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ବୃନ୍ଦାବନ ପ୍ରଧାନ, ମୋହନ ନାୟକ ପ୍ରମୁଖ ଯୋଗଦାନ କରି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
No Result
View All Result