No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବରଙ୍କ ସଭାପତିତ୍ବ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ଳକର ପ୍ରଥମ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ . ପ୍ରଦୀପ କୁମାର ପାଣିଗ୍ରାହି ଓ ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଜନପ୍ରତିନିଧି ମାନେ ନିଜ ପଞ୍ଚାୟତର ମୁଖ୍ୟ ସମସ୍ୟା ନେଇ ଜଣାଇଥିଲେ । ସେଥି ମଧ୍ୟରୁ ଆର, ଉଦୟଗିରି ଗ୍ରାମରେ ୟୁକ୍ତ୩ କଲେଜ ଖୁଲିବା ସହ ରାସ୍ତା, ଶିକ୍ଷା, ବ୍ରିଜ ଓ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏହି ସମସ୍ତ ସମସ୍ୟା ଗୁଡିକ ସମାଧାନ କରାଯଯିବ ବୋଲି ସାଂସଦ କହିବାପରେ ବ୍ଳକର ପି ଏନ କିଷାନ ରଥକୁ ଉଦଘାଟନ କରିଥିଲେ ।
ଏହା ପରେ ସାଂସଦ ଓ ବିଧାୟକ ମୋହନା ସମତି ବୈଠକ ଯୋଗଦେବାକୁ ଯାଇଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଆର, ଉଦୟଗିରି ବ୍ଳକର ୧୭ଟି ପଞ୍ଚାୟତର ସମସ୍ୟା ଗୁଡିକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗିୟ ଅଧିକାରୀମାନେ କାର୍ଯ୍ୟ ଗୁଡିକର ସଫଳତା କରିବା ସହ କାର୍ଯ୍ୟକାରିତାର ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକର ବିଷୟରେ ସମସ୍ତଙ୍କୁ ବୁଝାଥିଲେ । ଏହି ବୈଠକରେ ବିଡିଓ ,ତହସିଲିଦାର ଜ୍ୟୋତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମ ପଟ୍ଟନାୟକ, ଜିଲ୍ଲା ପରିଷଦସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ସିଡିପିଓ ଲଳିତା ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଏବଂ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିପିଇଓ ଦାମୋଦର ରେଡି ପରିଚାନା କରିଥିଲେ । ସମିତି ବୈଠକରେ ବାରମ୍ବାର ନିର୍ଦେଶ ସତ୍ତ୍ବେ ପୂତ୍ତ , ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଯୋଗ ଦେଇ ନ ଥିବାରୁ ସାଂସଦ କହିଥିଲେ ତାଙ୍କୁ ଲେଖି ଦେବାକୁ । ସାଂସଦ ସହ ବିଜେପିର ନେତା ଓ ସତାଧିକ କର୍ମୀ ଉପସ୍ଥିତ ଥିଲେ । ଏଥିସହ ଏହି ଅଞ୍ଚଳର ବିଜେଡି କର୍ମୀମାନେ ବିଜେପି ଯୋଗଦେଇଥିଲେ । ସାଂସଦଙ୍କୁ ଅଞ୍ଚଳର ଲୋକଙ୍କ ସମସ୍ୟା ନେଇ ଲେଖି ଦାବି ପତ୍ର ଦେଇଥିଲେ । ପୂର୍ବ ସରକାର ଥିବା ସମୟରେ ଆସିଥିବା ଯୋଜନା ଗୁଡିକ ଲୋକଙ୍କ ପାଖରେ ଠିକ୍ ରେ ନପହଞ୍ଚି ତାର ଅସଦ୍ ଉପଯୋଗ ଓ ପ୍ରଶାସନର ମନମୁଖୀ ପ୍ରକ୍ରିୟା ଲାଗି ଫେର ଅଭିଯୋଗ କରି ନୂତନ ଏକ କମିଟି କରି ତଦନ୍ତ କରିବା ଲାଗି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଦାବିକରିଥିଲେ ।
କିଛି ଜନପ୍ରତିନୀଧି ମାନେ କେତେକ ଅଙ୍ଗନବାଡି କେନ୍ଦ୍ରରେ କୌଣସି ପାଠପଢା ହେଉନଥିବା ବେଳେ, କେଉଁଠି ପୁଣି ଛୁଆଙ୍କୁ ଫାଳେ ଅଣ୍ଡା ଦେଉଥିବା ତ କେଉଁଠି କେନ୍ଦ୍ର କୋଠା ଗୁଡିକର ନିର୍ମାଣ କାର୍ଯ୍ୟ ଅଧାର ଅଟକିଥିବା ଅଭିଯୋଗ ଆସିଥିଲା, ପୁଣି କିଛି ସ୍କୁଲରେ ଶିକ୍ଷକ ଡେରିରେ ପହଞ୍ଚି ଶୀଘ୍ର ଫେରିଯାଉଛନ୍ତି ତ ଆଉ କେଉଁ ସ୍କୁଲରେ ଶିକ୍ଷକ ଅଭାବ ଓ କେଉଁ କେଉଁ ସେଣ୍ଟରରେ ଏଏନଏମଙ୍କ ରହୁନଥିବା ଅଭିଯୋଗ ସହ କ୍ବାଟର ମରାମତି ଏବଂ ମେଡିକାଲକୁ ଉନ୍ନତିକରଣ ପରି ଅନେକ ସମସ୍ୟା ଅଭିଯୋଗ ଉପସ୍ଥାପନ କରାଗଲା ।
ତେବେ ଗତ ବୈଠକରେ ମଧ୍ୟ ଏସମସ୍ତ ସମସ୍ୟା ଉପରେ ବିଭାଗ ଅଧିକାରୀଙ୍କୁ ଅଭିଯୋଗ ଥିଲା । ପୁଣି ଏହି ଥର ମଧ୍ୟ ସେହି ସମସ୍ୟାର ଅଭିଯୋଗ ଆସିଛି ଓ ବିଭାଗୀୟ ଅଧିକାରୀମାନେ ମଧ୍ୟ ସେସବୁର ସମାଧାନ ଲାଗି ପ୍ରତିଶୃତି ଦେଇଛନ୍ତି । ତେବେ ଦେଖାଯାଉ ସବୁର ସମାଧାନ କେବେ ହେଉଛି ନା ପ୍ରତିଶୃତି ପୂର୍ବଭଳି ପାଣିରଗାର ପାଲଟିବ ତାହା ସମୟ କହିବ ବୋଲି ବୈଠକରେ ଯୋଗଦେଇଥିବା ଜନପ୍ରତିନିଧି କୁହାକୁହି ହେଉଛନ୍ତି ।
No Result
View All Result