No Result
View All Result
୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସ୍ୱଛତା ହିଁ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥାଏ ଆଉ ତାହା ପ୍ରମାଣିତ କରି ଦେଖାଇଲେ ଗୋପ ଅଞ୍ଚଳ କିଛି ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଏବଂ ସୂଚନାଧିକାରୀ କର୍ମୀ l ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗୋପ ତହସିଲ କାର୍ଯ୍ୟାଳୟ ଟି ଦୀର୍ଘ ବର୍ଷ ହେଵ ଅପରିଷ୍କାର ସହିତ କାର୍ଯ୍ୟାଳୟ ରେ ବଡ଼ ବଡ଼ ଓସ୍ତ ଓ ବର ଆଦି ଗଛ ଉଠିଥିଲା l ଯଦିଓ ଏହା ସମସ୍ତ ବ୍ୟକ୍ତି ଙ୍କ ନଜର କୁ ଆସୁଥିଲା ସତ କିନ୍ତୁ ତାର ପ୍ରତିକାର ପାଇଁ କାହାରି ଆନ୍ତରିକତା ନଥିଲା l ଗତ 6 ତାରିଖ ରେ ଗୋପ ଅଞ୍ଚଳ ଜଣାଶୁଣା ଟ୍ୱଇଟର ଆକ୍ଟିଭିଟିସ ସନ୍ତୋଷ କୁମାର ନାୟକ କୌଣସି କାର୍ଯ୍ୟ ପାଇଁ ଗୋପ ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ l
ଆଉ ଦେଖିବାକୁ ପାଇଲେ ଯେ କାର୍ଯ୍ୟାଳୟ ର ଦୁଇ ମହଲରେ ଥିବା ସ୍କାଇଲାଇଟ ରେ ଏକ ବଡ଼ ଓସ୍ତ ଗଛ ଟିଏ ହୋଇଛି l ତାର ଫୋଟୋ ଉଠାଇ ଗୋପ ସାମ୍ବାଦିକ ସଂଘ ଗ୍ରୁପ ରେ ସେୟାର କରିଥିଲେ l ଉକ୍ତ ଗ୍ରୁପ ରେ ଗୋପ ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର ମୁଖ୍ୟ ଅଧିକାରୀ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ରହିଛନ୍ତି l ତତକ୍ଷଣାତ ଗୋପର ତହସିଲଦାର ଅନିଲ କୁମାର ମହାନ୍ତି ଉକ୍ତ ବିଷୟ କୁ ଗମ୍ଭୀରତା ସହ ନେଇଥିଲେ, ଆଉ କହିଥିଲେ ମୁ ତାର ପ୍ରତିକାର କରୁଛି l ତାପରେ ତହସିଲଦାର କିଛି କରିବା ପୂର୍ବରୁ ଗୋପ ଅଞ୍ଚଳ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ” ଉତ୍ସର୍ଗ ପରିବାର ” ର ପ୍ରତିଷ୍ଠାତା ତଥା ସମ୍ପାଦକ ବିଷ୍ଣୁ ମୋହନ ପ୍ରଧାନ ଙ୍କ ନେତୃତ୍ୱ ସନ୍ତୋଷ ନାୟକ ଏବଂ ଗୋପ ସାମ୍ବାଦିକ ସଂଘ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ,
ସଞ୍ଜୟ କୁମାର ସେନାପତି ଏବଂ ଗୋପ ଅଗ୍ନିଶମ ବିଭାଗ ର ମିଳିତ ସହଯୋଗ ରେ ମିଶନ ଗଛ କଟା ଆରମ୍ଭ ହୋଇଥିଲା l ସୋମବାର ସକାଳ 7 ଟାରୁ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ର ମୁଖ୍ୟ ଅଧିକାରୀ ମନୋଜ ପାତ୍ର ଓ ବିବେକାନନ୍ଦ ମଲ୍ଲିକଙ୍କୁ ସାଙ୍ଗ ରେ ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ ସେଠାରେ ପ୍ରାୟ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଗଛକଟା ମିଶନ ସଫଳ ହୋଇଥିଲା l ଏହିଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖି ତହସିଲଦାର ଖୁବ ପ୍ରଶଂସା କରିଥିଲେ l ଏହା ବି ଏକ ସଚେତନତା ର ବାର୍ତ୍ତା ଯେ ନିଜ ଅଞ୍ଚଳର ଛୋଟ ଛୋଟ ସମସ୍ୟାର ସମାଧାନ ନିଜେ କର ସବୁ କ୍ଷେତ୍ରରେ ସରକାର ଉପରେ ନିର୍ଭର କରିବା ଠିକ ନୁହେଁ l ଆମ ଅଞ୍ଚଳ ଆମ ପରିବେଶ, ତାର ସୁରକ୍ଷା ଆମର ଦାୟିତ୍ୱ l
No Result
View All Result