No Result
View All Result
୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସୋମବାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତିଙ୍କ ସମେତ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗୋପ ବ୍ଲକର ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ୬ଜଣ ନୂତନ କନିଷ୍ଠ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଛନ୍ତି ।
କନିଷ୍ଠ ଶିକ୍ଷକ ଭାବେ କ୍ଲଷ୍ଟର ଅନ୍ତର୍ଗତ ଆମ୍ଵିଳିଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ରୁଦ୍ରାୟଣୀ ନୋଡାଲ ୟୁପିଏସରେ ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ, ସିମିଳି ପିୟୁପିଏସରେ ଜଗତ୍ ଜୀବନ ଲେଙ୍କା, ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ସୁରଭି ମହାପାତ୍ର, କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶୁଭସ୍ମିତା ନାୟକ ଓ ଭୈରବ ନୋଡାଲ ୟୁପିଏସରେ ସ୍ୱର୍ଣ୍ଣଲତା ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଭୈରବ ନୋଡାଲ ୟୁପିଏସର ପ୍ରଧାନଶିକ୍ଷୟତ୍ରୀ କାଜଲବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ଵର୍ଦ୍ଧନା ସଭାରେ ନୂତନ କନିଷ୍ଠ ଶିକ୍ଷକମାନେ ନୂତନ କର୍ମକ୍ଷେତ୍ରରେ ଯୋଗଦାନ ପରେ ସେମାନଙ୍କର ପ୍ରାରମ୍ଭିକ ଅନୁଭୂତି ବର୍ଣ୍ଣନା କରିଥିଲେ। ସମ୍ଵର୍ଦ୍ଧନା ସଭାରେ ଉପସ୍ଥିତ ସିଆରସିସି ଶ୍ରୀ ବାହିନୀପତିଙ୍କ ସମେତ ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ଚିତ୍ତରଞ୍ଜନ ଦାଶ,ରାମକୃଷ୍ଣ ମହାନ୍ତି ଓ ବାନାମ୍ଵର ବେହେରା ପ୍ରମୁଖ କ୍ଲଷ୍ଟରର ଶୈକ୍ଷିକ ତଥା ସହଶୈକ୍ଷିକ କାର୍ଯ୍ୟଧାରା ସଂପର୍କରେ ନବାଗତ ଶିକ୍ଷକମାନଙ୍କୁ ଅବଗତ କରିବା ସହିତ ସେମାନଙ୍କର ଶିକ୍ଷକତା ବୃତ୍ତିରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
No Result
View All Result