No Result
View All Result
୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ସୋମବାର ନି -କ୍ଷୟ ମିତ୍ର ରେଜିଷ୍ଟ୍ରେସନ ଓ ସଚେତନତା କାର୍ଯ୍ୟକ୍ରମ ସହ ଖାଦ୍ୟ ପୁଡିଆ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ ଅଧିକାରୀ ଡା ସମିମ ସୁମନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଯକ୍ଷ୍ମା ସଂଯୋଜିକା ତୃପ୍ତି ରେଖା ପରିଡା ଉପସ୍ଥିତ ଟିବି ରୋଗୀ ମାନଙ୍କୁ ସ୍ୱାଗତ କରିଥିବାବେଳେ ଡା ଲୋକନାଥ ସାହୁ, ବିପିଏମ ସ୍ମୃତିରେଖା ମହାନ୍ତି,2025ସୁଦ୍ଧା ଆମଦେଶରୁ ଯକ୍ଷ୍ମା ରୋଗକୁ ହଟାଇବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର 2ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋଷ୍ଠିରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖସହ ଏହି ଅଭିଯାନ ଅନ୍ତର୍ଗତ ଏକ ଅଭିନବ କାର୍ଯ୍ୟପନ୍ଥା ନି -କ୍ଷୟ ମିତ୍ର ବାବଦରେ ଆଲୋଚନା କରିଥିଲେ l
ଟିବି ରୋଗୀ ମାନଙ୍କୁ ସରକାରୀ ସସହାଯ୍ୟ ସହଯୋଗ ଚିକିତ୍ସା ସହ ଗୋଷ୍ଠୀ ସମର୍ଥନ କୁ ପ୍ରୋତ୍ସାହନ ଦେବାପାଇଁ ପ୍ରତ୍ୟୋକ ଟିବି ରୋଗୀକୁ ଗୋଷ୍ଠିର ଜଣେ ଜଣେ ବଦାନ୍ୟ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରି ସେମାନଂକୁ ମାସିକ 750-1000ଟଙ୍କା ମଧ୍ୟରେ ଏକ ଖାଦ୍ୟ ପ୍ୟାକେଟ ଦେଇ ସେମାଙ୍କର ନି -କ୍ଷୟ ମିତ୍ର ହୋଇପାରିବେ l ଏହି ଅବସରରେ 9ଜଣ ଟିବି ରୋଗୀଙ୍କୁ ତାଙ୍କର ନିକ୍ଷୟ ମିତ୍ର ମାନେ ଯଥା ବିଶ୍ୱଜିତ ସାହୁ, ସୁକାନ୍ତ ଚରଣ ବେହେରା, ଡା ସମିମ ସୁମନ ସ୍ୱାଇଁ ଡା ଲୋକନାଥ ସାହୁ,
ଡା ଶକ୍ତି ସ୍ୱରୂପ ମିଶ୍ର, ହେମଲତା ପରିଡା, ପ୍ରିୟଙ୍କା ପ୍ରଧାନ, ସlଦିଆ ନସରିନ, ଏବଂ ଏଲ କେ ଜି ର ଛାତ୍ରୀ ଇସା ପର୍ଣ୍ଣା ଦେବତା ଉପସ୍ଥିତ ରହି ସେମାନଙ୍କ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ l ଏହା ପୂର୍ବରୁ ବ୍ଲକର ବାବା ଦିବାକର ଦାସ, ଚନ୍ଦ୍ର ଶେଖର ଦାଶ, ମାନସୀ ପାତ୍ର, ଯୁଧିଷ୍ଠିର ବେହେରା, ଦୀପ୍ତି କୁମାର ଦାଶ, ସୁଶାନ୍ତ ବସ୍ତିଆ, ଦେବୀପ୍ରସାଦ ତ୍ରିପାଠୀ ପ୍ରମୁଖ ନି କ୍ଷୟ ମିତ୍ର ଭାବେ ରୋଗୀ ମାନଙ୍କୁ ସହଯୋଗରେ ହାତ ବଢ଼େଇ ଆସୁ ଛନ୍ତି l ଶେଷରେ ଅଧିକ୍ଷକ ଡା ରାକେଶ କୁମାର ମହାନ୍ତି ନି କ୍ଷୟ ମିତ୍ର ମାନଙ୍କ ଉଦେଶ୍ୟରେ ଦେଇଥିବା ଧନ୍ୟବାଦ ପତ୍ର ପାଠ କରାଯିବା ସହ ବ୍ଲକ ର ସମସ୍ତ ବଦାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ନିବେଦନ କରାଯାଇଥିଲା l
No Result
View All Result