No Result
View All Result
୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶନିବାର ନଳିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନ ସଭାରେ ଉଦ୍ଘାଟକ ଭାବେ ସରପଞ୍ଚ ପର୍ଭେଜ ଅହମ୍ମଦ ଯୋଗ ଦେଇଥିବାବେଳେ ସଭାପତିତ୍ୱ କରିଥିଲେ ବ୍ଲକ ଶିକ୍ଷା ଅଧିକାରିଣୀ ସୌଦାମିନୀ ମହାପାତ୍ର, ସହକାରୀ ଶିକ୍ଷା ଅଧିକାରୀ ପ୍ରକାଶ ଦାଶ ଙ୍କ ତତ୍ୱlବଧାନରେ ଆୟୋଜିତ ସଭାରେ ସମ୍ମାନିତ ଅତିଥିତି ଭାବେ ସମିତି ସଭ୍ୟ ସଂପୂର୍ଣ୍ଣାନନ୍ଦ ମିଶ୍ର, ଏବିଇଓ ରଞ୍ଜନା ଦାସ, ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ମହାନ୍ତି, ମୋ ସ୍କୁଲ ସଭାପତି ସୀତାଂଶୁ ରାୟ, ପ୍ରମୁଖ ଯୋଗଦେଇଥିଲେ l
ଶିକ୍ଷକ ବଂଶୀଧର ତ୍ରିପାଠୀ ସଂଯୋଜନା କରିଥିବାବେଳେ ସିଆରସିସି ଗଣେଶ୍ୱର ବେହେରା ପରିଚୟ ପ୍ରଦାନ କରିଥିଲେ l ଏଥିରେ 10ଟି କ୍ଲଷ୍ଟର ର 375ଜଣ ଛାତ୍ର ଛାତ୍ରୀ ଯୋଗଦେଇ ସେମାଙ୍କର କଳା ପ୍ରଦର୍ଶନ କରିଥିଲେ l କଳା ମଧ୍ୟରେ ବିତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନ ଶିଳ ଲିଖନ, ପ୍ରବନ୍ଧ ଦିବ୍ୟାଙ୍ଗ ଙ୍କ ପାଇଁ ଚିତ୍ରାଙ୍କନ ଓ ସଂଗୀତ କରାଯାଇ ଥିଲା l ସେଥିମଧ୍ୟରୁ 48ଜଣ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା l ତନ୍ମଧ୍ୟରୁ 16ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ l
ସେହିପରି ଦଳଗତ ଭାବେ 3ଗୋଟି ସାଂସ୍କୃତିକ ଦଳମଧ୍ୟରୁ ଗୋଟିଏ ଦଳ ଜିଲ୍ଲାସ୍ତରକୁ ଯିବା ପାଇଁ ବିବେଚିତ ହୋଇଥିଲା l ଉଦଯାପନୀ ଉଚ୍ଛବ ରେ ବ୍ଲକ ଶିକ୍ଷା ଅଧିକାରୀଣୀ ଶ୍ରୀ ମତୀ ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ମୁଖ୍ୟ ବକ୍ତା ବ୍ଲକ ଅଧ୍ୟକ୍ଷା ମମତା ପାତ୍ର,ସମାନିତ ଅଥିତି ଭାବେ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସମାଜ ସେବୀ ନୃସିଂହ ଦାଶ, ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ମହାନ୍ତି, ଏବିଇଓ ରଞ୍ଜନା ଦାସ, ବିଆରସିସି ପ୍ରକାଶ ଦାଶ, ଯୋଗଦେଇ ବକ୍ତବ୍ୟ ରଖି ଥିଲେ l ପରିଚୟ ଦେଇଥିଲେ ଶିକ୍ଷୟତ୍ରୀ ପ୍ରିୟତମା ସାହୁ l ଶେଷରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l
No Result
View All Result