ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଗରିବୀ ସତୁରି ପ୍ରତିଶତ ରୁ କମି ଦଶ ପ୍ରତିଶତ ରେ ପହଂଚିଛି. ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କୋଟି କୋଟି ଲୋକ ସୁବିଧା ପାଉଥିଲେ l କିନ୍ତୁ ବିଜେପି ସରକାର ଯୋଜନା ର ନାମ ପରିବର୍ତ୍ତନ କୁ କଟାକ୍ଷ କରି ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ l ସେ କହିଲେ ଯେ ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନ କୁ ଆସିଛି l ବିଜେପି ର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ତିନିଶହ ୟୁନିଟ ମାଗଣା ବିଜୁଳି l
ମା ମାନଙ୍କୁ ପଚାଶହଜାର ଟଙ୍କା, ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା l ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ l କିନ୍ତୁ ଫଳ ଶୂନ.ଏବେ ବିଜେପି ର ମିଛ ଧରାପଡ଼ିଯାଇଛି l ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ରମେଶ କହିଥିଲେ l ଦରଦାମ ଉପରେ ଲଗାମ ନାହିଁ.ମା ମାନେ ଥାନା ରେ ବି ସୁରକ୍ଷିତ ନୁହନ୍ତି.ସରକାରୀ କର୍ମଚାରୀ ରାଜଭବନ ରେ ବି ସୁରକ୍ଷିତ ନୁହଁନ୍ତି l ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି. ତେଣୁ ବିଜେପି ର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ରମେଶ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା l
ଉକ୍ତ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ ଦଳୀୟ କର୍ମକର୍ତ୍ତା,ଶୁଭେଛୁ,ସମର୍ଥକ ଓ ଜନସାଧାରଣ ଙ୍କ ସହ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଜେପି ସରକାର ର ବିଭିନ୍ନ ବିଫଳତା ବିଷୟରେ ଲୋକ ମାନଙ୍କୁ ସଚେତନତା କରିଥିଲେ । ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଲେ ଲୋକଙ୍କ ଭଲ ପାଇବା ବିଜେଡି ର ସବୁଠାରୁ ବଡ଼ ଶକ୍ତି.୨୦୨୪ ନିର୍ବାଚନ ରେ ବିଜେପି ସରକାର କୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି. ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ କ୍ଷମତା ରେ ଥାନ୍ତୁ ଵା ନ ଥାନ୍ତୁ ଶେଷ ପର୍ଯ୍ୟନ୍ତ ଦଶପଲ୍ଲା ବାସୀଙ୍କ ର ଓ ଦଶପଲ୍ଲା ମାଟି ର ସେବା କରିଚାଲିଥିବେ l ଏଭଳି ଜନ ସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ । ଏଭଳି ଜନ ସମୁଦ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ଥିବା ଭଲପାଇବା କୁ ପ୍ରମାଣିତ କରିଛି । 
© 2023 Odisha Taza News.