• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଳା କାଟି ଗାଁ ସଭାପତିଙ୍କୁ ନିର୍ମମ ହତ୍ୟା , ୨ ଗିରଫ ଛୁରୀ ଓ ୨ ବାଇକ୍ ଜବତ

Proprietor Abhimanyu Maharana by Proprietor Abhimanyu Maharana
October 8, 2024
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଗଳା କାଟି ଗାଁ ସଭାପତିଙ୍କୁ ନିର୍ମମ ହତ୍ୟା , ୨ ଗିରଫ ଛୁରୀ ଓ ୨ ବାଇକ୍ ଜବତ
Share on FacebookShare on TwitterWhatsapp

୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ୨ଜଣ ଯୁବକ ଛୁରୀରେ ଗାଁ ସଭାପତିଙ୍କ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶୀକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର କେ. ରାଜେନ୍ଦ୍ର ରେଡ୍ଡି ଓରଫ୍ ରାଜୁ(୫୧) । ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ହିଞ୍ଜିଳି ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ୨ଯୁବକ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ୍ଡି (୨୭) ଓ ଏସ. ଶିବରାମ ରେଡ୍ଡି (୨୮) । ହତ୍ୟା ଘଟଣା ନେଇ ମୃତକଙ୍କ ସ୍ତ୍ରୀ କେ. ସୁକାନ୍ତି ରେଡ୍ଡି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୩୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ସାତପହଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ୍ଡି ଓ ଏସ. ଶିବରାମ ରେଡ୍ଡିଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଧାରୁଆ ଛୁରୀ, ମୋବାଇଲ ଫୋନ୍‌, ୨ଟି ମୋଟର ସାଇକେଲ (ଓଡି୦୭ଏଭି ୨୪୬୪ ଓ ଏପି୩୯ଇଏ ୧୪୭୪) କୁ ଜବତ କରିଛି ।

ପୁଲିସ ସୂଚନା ପ୍ରକାରେ, ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ୩ ପଡୋଶୀ ରାଜେନ୍ଦ୍ର, ସୁବ୍ରତ ଓ ଶିବରାମଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତୃତା ଲାଗି ରହିଥିଲା । ଗତ ୨୦୧୯ ଓ ୨୦୨୧ ମସିହାରେ ରାଜେନ୍ଦ୍ର ଓ ସୁବ୍ରତଙ୍କ ମଧ୍ୟରେ ଗଣ୍ଡୋଗୋଳ ଘଟିଥିଲା । ସେହି ସମୟରେ ଘଟଣା ନେଇ ବ୍ରହ୍ମପୁର ସଦର ଥାନାରେ ୨ଟି ମାମଲା ରୁଜୁ କରି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣା ଥମିବା ବଦଳରେ ଅସନ୍ତୋଷ ଲାଗି ରହିଥିଲା । ରବିବାର ବିଳମ୍ବିତ ରାତିରେ ସୁବ୍ରତ ଓ ଶିବରାମ ଦୁହେଁ ମିଶି ରାଜେନ୍ଦ୍ରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ରାଜେନ୍ଦ୍ର ବ୍ରହ୍ମପୁରରୁ କାମ ସାରି ବାଇକ୍ (ଏପି୩୯ଇଏ ୧୪୭୪) ଯୋଗେ ଗାଁକୁ ଫେରୁଥିବା ବେଳେ ସୁବ୍ରତ ଓ ଶିବରାମ ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଛକି ବସିଥିଲେ । ରାଜେନ୍ଦ୍ର ସେହି ରାସ୍ତାରେ ଆସୁଥିବା ବେଳେ ଦୁହେଁ ରାଜେନ୍ଦ୍ରଙ୍କୁ ଅଟକାଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଉତକ୍ଷିପ୍ତ ହୋଇ ସୁବ୍ରତ ଧରିଥିବା ଏକ ଧାରୁଆ ଛୁରୀରେ ରାଜେନ୍ଦ୍ରଙ୍କ ଗଳାକୁ କାଟି ହତ୍ୟା କରିଥିଲେ ।

ପରେ ନିକଟସ୍ଥ ଏକ ଧାନଚାଷ ଜମିରେ ମୃତଦେହକୁ ଫୋପାଡି ଚାଲି ଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଶେରଗଡ ଥାନା ଆଇଆଇସି ବରେନ୍ଦ୍ର ସିଅଳ, ହିଞ୍ଜିଳି ଥାନା ଅତିରିକ୍ତ ଆଇଆଇସି ପଦ୍ମ ଚରଣ ଭଟ୍ଟ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ନିକଟସ୍ଥ ଚାଷ ଜମିରୁ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଶିବରାମଙ୍କୁ ଗାଁ ନିକଟରୁ ପୁଲି ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତଙ୍କୁ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବା ପରେ ସେ ଆହତ ହୋଇ ରାସ୍ତାରେ ପଡିଥିଲେ ।

କିଛି ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁବ୍ରତ ଉଦ୍ଧାରକାରୀଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଭୟରେ ଉଦ୍ଧାରକାରୀ ଘଟଣା ନେଇ ହିଞ୍ଜିଳି ଥାନା ଆଇଆଇସିଙ୍କୁ ଜଣାଇଥିଲେ । ଖବର ପାଇ ଆସିକା ଏସଡିପିଓ, ହିଞ୍ଜିଳି ଓ ଶେରଗଡ ଥାନା ଆଇଆଇସି ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ଚିକତ୍ସା କରାଇବା ପରେ ଗିରଫ କରିଥିଲେ । ସୋମବାର ସକାଳେ ସାଇଣ୍ଟଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ତହା ସ୍ୱଷ୍ଟ ହୋଇ ପାରିନାହିଁ । ତଦନ୍ତ ଶେଷ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଅତିରକ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମ ଚରଣ ଭଟ୍ଟ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version